ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ଫିଚର ଟେଷ୍ଟିଙ୍ଗ ଉପରେ କାମ କରୁଛି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ । ଏହି ଫିଚର ଅସିବା ପରେ ଆଉ ଆପଣ ଆପଣଙ୍କ ବନ୍ଧୁଙ୍କ ସହିତ ଆପଣଙ୍କ ଆକାଉଣ୍ଟ ପାସୱାର୍ଡ ସେୟାର କରି ପାରିବେ ନାହିଁ । ପାସୱାର୍ଡ ସେୟାରିଙ୍ଗ ଉପରେ ରୋକ ଲଗାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଏକ୍ସପର୍ଟଙ୍କ କହିବାନୁଯାୟୀ , ଏହି ପ୍ଲାଟଫର୍ମରେ ମହଙ୍ଗା ହେଉଛି ସବ୍ସକ୍ରିପ୍ସନ କରିବା ଏବଂ ଫିଚର ଆସିବା ପରେ ଏହାର ସବସ୍କ୍ରାଇବର୍ସ କମି ଯାଇ ପାରନ୍ତି ।
ବର୍ତ୍ତମାନ ନିୟମ ଅନୁଯାୟୀ ନେଟଫ୍ଲେିକ୍ସରେ ଗୋଟେ ଆକାଉଣ୍ଟରେ ଅନେକ ଲୋକ ଆକ୍ସେସ କରିପାରିବେ । କିନ୍ତୁ ନୂତନ ଫିଚର୍ସ ଆସିବା ପରେ ଗୋଟେ ଥର ଗୋଟେ ଆକାଉଣ୍ଟକୁ କେବଳ ଗୋଟେ ଡିଭାଇସରେ ବ୍ୟବହାର କରିପାରିବେ । ସେହିପରି ନେଟଫ୍ଲିକ୍ସର ନୂତନ ଫିଚର ଆସିବା ପରେ ପ୍ରତ୍ୟେକ ଆକାଉଣ୍ଟ ହୋଲ୍ଡର୍ସଙ୍କ ନିକଟକୁ ଏକ ମେସେଜ ପଠାଯିବ । ଯାହାଦ୍ୱାରା ଆକାଉଣ୍ଟ ହୋଲ୍ଡରଙ୍କୁ ଭେରିଫାଇ କରାଯିବ ।
ଏହି ନୂତନ ଫିଚର ର ଫାଇଦା ହେଉଛି, ଯଦି ଆପଣଙ୍କ ନିକଟରେ ଗୋଟେ ଡିଭାଇସ ଲଗଇନ୍ ର ପ୍ଲାନ ଅଛି ଏବଂ ଆପଣ ନେଟଫ୍ଲିକ୍ସରେ କିଛି ଦେଖୁଛନ୍ତି ତେବେ ଆପଣଙ୍କ ନିକଟରେ ମେସେଜକୁ ଭେରିଫାଇ ନକରିବାର ମେସେଜ୍ ର ଅପ୍ସନ ବି ରହିବ । ସେହିପରି ଆପଣ ଯାହାକୁ ବି ଆପଣଙ୍କ ପାସୱାର୍ଡ ଦେଇଥିବେ ସେ ସେହି ସମୟରେ ନେଟଫ୍ଲିକ୍ସ ଦେଖି ପାରିବେ ନାହିଁ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଫିଚର ଅଣାଯାଉଛି ବୋଲି କମ୍ପାନୀ କହିଛି ।