ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଦେଶବ୍ୟାପି ଲକ୍ ଡାଉନ୍ ଅବଧି ସମାପ୍ତ ହେବା ପରେ ବି, ସରଦକାରଙ୍କ ନିଷ୍ପତିରେ ସହମତି ହେବା ପାଇଁ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ।
ଉପରାଷ୍ଟ୍ରପତି କହିଛନ୍ତି କି, ଏପ୍ରିଲ ୧୪ ପରେ ସ୍ଥିତିକୁ ଦେଖି ଯଦି ସରକାର କିଛି ନିଷ୍ପତି ନିଅନ୍ତି, ସେ କଠିନ ହେଉ ପଛେ ତାଙ୍କୁ ଆପଣମାନେ ସମର୍ଥନ କରିବେ ।
ଲକ୍ ଡାଉନ୍ ସ୍ଥିତିକୁ ନେଇ ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଲକ୍ ଡାଉନ୍ ର ଅବଧିକୁ ନେଇ ବିଚାର ବିମର୍ଶ ହୋଇଛି ।