ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ପୂର୍ବତନ ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବେ ରାଜ୍ୟସଭା ସାଂସଦ ହୋଇ ସାରିଛନ୍ତି । ରାଜ୍ୟସଭା ପାଇଁ ତାଙ୍କୁ ରାଷ୍ଟ୍ରପତି ମନୋନୀତ କରିଥିଲେ । ଗୋଗୋଇଙ୍କୁ ରାଜ୍ୟସଭାକୁ ପଠା ଯିବା ପରେ ବିପକ୍ଷ ଦଳ ପକ୍ଷରୁ ଅନେକ ପ୍ରଶ୍ନ ଉଠୁଥିଲା । ଏବେ ସେସବୁ ପ୍ରଶ୍ନର ଜବାବ ରଖିଛନ୍ତି ଗୋଗୋଇ ।
ରଞ୍ଜନ ଗୋଗୋଇ କହିଛନ୍ତି, ତାଙ୍କୁ ରାଜ୍ୟସଭାକୁ ପଠାଇବା ସରକାରଙ୍କର କୌଣସି ଉପହାର ନୁହେଁ, ବରଂ ଏହା ଦେଶର ସେବା କରିବା ପାଇଁ ଏକ ମଉକା । ଦୁଇ-ତିନିରୁ ଏଭଳି ଲାଗୁଥିଲା କି ମୁଁ ଦେଶରେ ଆଟମ ବମ୍ ପକାଇ ଦେଇଛି । ମୁଁ ଭାବୁଛି ଏହା ଏଭଳି ଏକ ମଉକା ଯାହାଫଳରେ ବିଶେଷଜ୍ଞତା ଦ୍ୱାରା ସଂସଦୀୟ ଚର୍ଚ୍ଚାକୁ ସମୃଦ୍ଧି କରି ପାରିବି ।
ସେ ଆହୁରି ମଧ୍ୟ କହିଛନ୍ତି କି, ସିଜେଆଈ ର ରିଟାୟରମେଣ୍ଟ ପରେ ମିଳୁଥିବା ବେତନର ତୁଳନାରେ ବହୁତ କମ ବେତନ ସାଂସଦଙ୍କୁ ମିଳିଥାଏ । ସାଂସଦ ମାନଙ୍କ ବାସଭବନ ବି ସେହି ସ୍ଥରରେ ଦିଆଯାଇନଥାଏ । ଏହାପରେ ବି ଯଦି ଆପଣ କହିବେ ଏହା ସରକାରଙ୍କ ଉପହାର, ତେବେ ଏଭଳି ବିଚାର ଦେଶର ଶତ୍ରୁମାନଙ୍କର ହିଁ ହୋଇପାରିବ ।