ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ରାଜଧାନୀ ଦିଲ୍ଲୀର ହାଇଭୋଲଟେଜ ନିର୍ବାଚନ ପାଇଁ କାଲି ଭୋଟ ଗ୍ରହଣ ହୋଇସାରିଛି । ଭୋଟ ବକ୍ସରେ ଦିଲ୍ଲୀ ବିଧାନସଭାର ସମସ୍ତ ୭୦ଟି ଆସନର ପାର୍ଥୀଙ୍କ ଭାଗ୍ୟ ବନ୍ଦ ହୋଇ ରହିଛି ।
ଅନ୍ୟପଟରେ ବିଭିନ୍ନ ଏକଜିଟ ପୋଲରୁ ନିର୍ବାଚନ ଫଳାଫଳକୁ ନେଇ ତଥ୍ୟ ପ୍ରକାଶ ପାଇବାରେ ଲାଗିଛି । କାଲି ନିର୍ବାଚନର ଏକଜିଟ ପୋଲର ତଥ୍ୟ ଅନୁସାରେ ଦିଲ୍ଲୀରେ ପୁଣି କଂଗ୍ରେସର ସ୍ଥିତି ସୋଚନୀୟ ରହିବ ।
ଗୋଟିଏ ପଟ୍ଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିବାଦିୟ ମନ୍ତବ୍ୟ ଯୋଗୁ ବିବାଦ ତାଙ୍କ ପିଛା ଛାଡୁନି ତ ଅନ୍ୟପଟରେ କଂଗ୍ରେସର ଏପରି ସ୍ଥିତି ପାଇଁ ରାହୁଲ ଗାନ୍ଧୀ ଦାୟୀ ହୋଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆଇଏନଏସ ଓ ସତ ଭୋଟର ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୂଯାଇ, ଏଥର ନିର୍ବାଚନରେ ପାରମ୍ପାରିକ ଭାବେ ମୁସଲିମ ଭୋଟର ଦାବିଦାର ବୋଲାଉଥିବା କଂଗ୍ରେସ ଦଳକୁ ମୁସଲିମ ଭୋଟର ମାନେ ପ୍ରତ୍ୟାଖାନ କରିଛନ୍ତି । ମୁସଲିମ ଭୋଟରମାନେ ଏଥର କଂଗ୍ରେସ ଅପେକ୍ଷା ଅଧିକ ବିଜେପି କୁ ଭୋଟ ଦେଇଛନ୍ତି । ସବୁଠାରୁ ଅଧିକ ମୁସଲିମ ଭୋଟର ଆମ ଆଦମି ପାର୍ଟି ବା ଆପ୍ କୁ ଅଧିକ ସମର୍ଥନ କରିଛନ୍ତି ।
ତେବେ ସିଏଏ ଓ ଏନଆରସି କୁ ବିରୋଧ କରି, ମୋଦୀ ସରକାରଙ୍କୁ ମୁସଲିମ ବିରୋଧି ଦର୍ଶାଇ ସମଗ୍ର ଦେଶରେ ଆନ୍ଦୋଳନ କରୁଥିବା କଂଗ୍ରେସ କୁ ଏହା ସବୁଠାରୁ ବଡ ଝଟକା ଲାଗିଛି ।