ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସୀମା ଉଲଂଘନ କରି ବୁଧବାର ସକାଳୁ ଭାରତକୁ ହମଲା କରିବା ଉଦ୍ଦେଶ୍ୟରେ ଆସିଥିବା ପାକିସ୍ତାନ ଏଫ୧୬ ବିମାନକୁ ଭାରତୀୟ ବାୟୁସେନା ଗୁଳି କରି ତଳକୁ ଖସାଇ ଦେଇଥିଲେ । ଏବେ ଏହି ମାମଲାକୁ ନେଇ ଆମେରିକା ତାର ଶକ୍ତି ପ୍ରଦର୍ଶନ କରିଛି । ଆମେରିକା ପ୍ରଶ୍ନ କରିଛି କି ତାର ବିନା ଅନୁମତିରେ କିଭଳି ଭାବେ ସେନା କାର୍ଯ୍ୟକାରୀରେ ଏଫ୍ ୧୬ ବିମାନକୁ ବ୍ୟବହାର କରାଗଲା । ଏହାସହିତ ଭାରତ ବିରୋଧରେ ଏଫ୍ ୧୬ ବିମାନ ବ୍ୟବହାରକୁ ନେଇ ଆମେରିକା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଛି ।
ପ୍ରକୃତରେ ପାକିସ୍ତାନ ଭାରତର ସେନାଙ୍କ ଠିକଣା ଉପରେ କାର୍ଯ୍ୟକାରୀ କରିବା ପାଇଁ ଆମେରିକାରୁ ନେଇଥିବା ଯୁଦ୍ଧ ବିମାନ ଏବଂ ପରମାଣୁ ବୋମା ବ୍ୟବହାର କରି ନାହିଁ ତ? ସେନେଇ ଆମେରିକା ଏହି ମାମଲାରେ ତଦନ୍ତ କରୁଛି ।
ଖବରମୁତାବକ, ଆମେରିକା ଏଫ୍ ୧୬ ଯୁଦ୍ଧ ବିମାନ ପାକିସ୍ତାନକୁ ଦେଇଥିଲା । ଏନେଇ ଅମେରିକା କହିଛି କି, ଏଫ୍ ୧୬ ଯୁଦ୍ଧ ବିମାନ ନିଜ ରକ୍ଷା ପାଇଁ ଆପଣ ବ୍ୟବହାର କରିପାରିବେ ତାହା ନୁହେଁ କି ସେନା କାର୍ଯ୍ୟକାରୀ ପାଇଁ ଏହାକୁ ବ୍ୟବହାର କରାଯିବ । ଏହାସହିତ ବିମାନର ବ୍ୟବହାର ଆମେରିକାର ନିୟମ ଅନୁଯାୟୀ ହେବା ଉଚିତ୍ । ଆମେରିକାର ନିୟମନୁଯାୟୀ ଏଫ୍ ୧୬ ଯୁଦ୍ଧ ବିମାନର ବ୍ୟବହାର ଆତ୍ମରକ୍ଷା ପାଇଁ କରିପାରିବେ, ହମଲା ପାଇଁ ନୁହେଁ ।
ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମଲାର ୧୨ ଦିନ ପରେ ଫେବ୍ରୁଆର ୨୬ରେ ଭାରତୀୟ ବାୟୁସେନା ବାଲାକୋଟ ସ୍ଥିତ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଉପରେ ହମଲା କରିଥିଲେ । ଏଥିରେ ୩୦୦ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଥିଲା ।