ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ଶୋସାଲ ମିଡିଆରେ ଟିକଟକ ଆପ ସବୁଠୁ ଲୋକ ପ୍ରିୟ ଆପ ହୋଇ ଯାଇଛି । ତେବେ ଏହି ଆପକୁ ଚେକ ଦବା ପାଇଁ ଫେସବୁକ ଏମିତି ଏକ ଆପ ଖୁବ ଶିଘ୍ର ଲଞ୍ଚ କରିପାରେ । ୨୦୧୯ ରେ ଟିକଟକ ପ୍ଲେଷ୍ଟୋରରେ ସବୁଠାରୁ ଅଧିକ ଡାଉନ ଲୋଡ ହୋଇଥିିବା ଆପ । ଯାହାକୁ ନେଇ କାହା ମନରେ ବି ସନ୍ଦେହ ନାହିଁ । ତେବେ ଏହି ଟିକଟକ ଆପକୁ ଚେକ ଦେବା ପାଇଁ ଦୁନିଆର ସବୁଠାରୁ ବଡ ଶୋସାଲ ମିଡିଆ ଆପ ପେସବୁକ ଟିକଟକ ଭଳି ଆଉ ଗୋଟେ ଆପ ଆଣିବାକୁ ଯାଉଛି ।
ଏନେଇ ଜେମସ ଟୋଫ ସୂଚନା ଦେଇଛନ୍ତି । ଜେମସ ଟୋଫ ହେଉଛନ୍ତି ସର୍ଟ ଭିଡିଓ ଆପ ୱାଇନ ରେ କାମ କରି ବହୁତ ଲୋକପ୍ରିୟତା ପାଇଥିବା ଜଣେ ସଫ୍ଟେଓର ଡେଭଲପପର । ଯେଉଁ ଆପକୁ ୨୦୧୨ ମସିହାରେ ଟ୍ୱିଟର କିଣିଥିଲା । ଜେମସ ଏବେ ଗୁଗୁଲର ଏରିଆ ୧୨୦ରେ କାମ କରୁଛନ୍ତି । ଗୁଗୁଲର ଏରିଆ ୧୨୦ରେ ନୂଆ ନୂଆ ପ୍ରଡକ୍ଟ ପାଇଁ କାମ ହୋଇଥାଏ ।
ଗତ ଗୋଟିଏ ବର୍ଷକ ଭିତରେ ଫେସବୁକ ଅନେକ ଗୁଡିଏ ଆପ ବନ୍ଦ କରିଥିବା ବେଳେ କେତେକ ନୂଆ ଆପ ମଧ୍ୟ ଲଞ୍ଚ କରିଛି । ଟୋଫ ଏହାକୁ ନେଇ ଟୁଇଟ କରି ଜଣାଇଛନ୍ତି । ସେ ଲେଖିଛନ୍ତି ମୁଁ ଯାହା କରିବାକୁ ଚାହିୁଁଛି ଏହି ସମୟ ତା ପାଇଁ ପ୍ରଜୁର୍ଯ୍ୟ । ଆସନ୍ତା ଦୁଇ ସପ୍ତାହ ଭିତରେ ଫେସବୁକର ଏମପିଇ ଟିମ ସହିତ କିଛି ନୂଆ କରିବାକୁ ଯାଉଛି । ସୂଚନାଯୋଗ୍ୟ ଗତ ସପ୍ତାହରେ ଫେସବୁକ ଏନପିଏ ଟିମ ରେ ମେସ ଟୋଫ ସାମିଲ ହୋଇଛନ୍ତି ।