ମୁମ୍ବାଇ (ଏଟିଆର ବ୍ୟୁରୋ): ଆସନ୍ତା କାଲି ଗଣେଶ ଚତୁର୍ଥି ବା ଗଣେଶ ପୂଜା । ଏନେଇ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି । ଲୋକେ ଗଳି କନ୍ଦିରେ ବି ଗଣେଶ ପୂଜାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେହିପରି ଗଣେଶ ମନ୍ଦିର ମାନଙ୍କରେ ମଧ୍ୟ ଖୁବ୍ ଜୋର ସୋରରେ ପ୍ରସ୍ତୁତି ଚାଲିଛି ।
ଗଣେଶ ମହୋତ୍ସବରେ ପ୍ରତ୍ୟେକ ସ୍ଥାନରେ ଲୋକଙ୍କର ବେଶ୍ ଭିଡ ଦେଖିବାକୁ ମିଳିଥାଏ । ଏଥିରୁ ସ୍ପଷ୍ଟ ହୁଏ ଯେ ଗଣେଶ ଭଗବାନଙ୍କ ପ୍ରତି ଭକ୍ତଙ୍କର କେତେ ଶ୍ରଦ୍ଧା ଓ ଭାବ ରହିଛି । ଭାରତର ବିଭିନ୍ନ ସ୍ଥାନରେ ଗଣେଶ ମହାପ୍ରଭୁଙ୍କର ଅନେକ ମନ୍ଦିର ସ୍ଥାପନା କରାଯାଇଛି । ସେଥିମଧ୍ୟରୁ ପ୍ରସିଦ୍ଧ ହେଉଛି ମୁମ୍ବାଇର ଲାଲବାଗ୍ ମନ୍ଦିର । ଏହା କେବଳ ଭାରତରେ ନୁହେଁ ବରଂ ବାହାରେ ମଧ୍ୟ ବେଶ୍ ପ୍ରସିଦ୍ଧ ।
ସେହିପରି ରଥାମ୍ବର ସବାଇ ମାଧୋପୁରରେ ଏକ ପୁରାତନ ଗଣେଶ ମନ୍ଦିର ଅବସ୍ଥିତ । ଏହି ମନ୍ଦିରର ଚରିଆଡେ ଜଙ୍ଗଲ ଘେରିକି ରହିଛି । ଏଠାରେ ଗଣେଶଙ୍କ ଶୁଣ୍ଢ ଅଧା ରହିଛି । ପ୍ରତ୍ୟେକ ବର୍ଷ ଖୁବ୍ ଧୁମ୍ ଧାମ୍ରେ ଏହି ମନ୍ଦିରରେ ଗଣେଶ ମହୋତ୍ସବ ପାଳନ କରାଯାଏ । ତିନି ଦିନ ଯାଏଁ ଲଖି ନାମକ ମେଳା ଲାଗିଥାଏ । ମନ୍ଦିରର ବହୁତ ମାନ୍ୟତା ରହିଛି । ଭୂମିରେ ଠିଆ ହେଲେ ବିଲକୁଲ୍ ଏହି ମନ୍ଦିର ଦେଖାଯାଏ ନାହିଁ ।