ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବି ରାମ ଜେଠମଲାନିଙ୍କ ପରଲୋକ । ଦିଲ୍ଲୀ ସ୍ଥିତ ବାସ ଭବନରେ ତାଙ୍କର ୯୫ ବର୍ଷରେ ପରଲୋକ ହୋଇଛି । ରାମ ଜେଠ ମଲାନି ସୁପ୍ରିମ କୋର୍ଟରେ ଇନ୍ଦିରା ଗାନ୍ଧୀ ହତ୍ୟା ଭଳି ବଡ ବଡ ମାମଲା ଲଢିଛନ୍ତି । ସେ ଆରଜେଡିରୁ ରାଜ୍ୟସଭା ସାଂସଦ ହୋଇଥିଲେ । ତାଙ୍କ ପରଲୋକ ନ୍ୟାୟିକ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି । ଓକିଲାତି ସହିତ ରାଜନୀତିରେ ସକ୍ରିୟ ଥିବା ଏହି ନେତାଙ୍କ ପରଲୋକକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି ।
ଭାରତ ବିଭାଜନ ପୂର୍ବରୁ ସିଂନ୍ଦ ପ୍ରାନ୍ତରେ ୧୯୨୩ ମସିହରେ ଜନ୍ମ ଗ୍ରହଣ କରିଥିଲେ ଜେଠ ମଲାନି । ଭାରତରେ ହୋଇଥିବା ଜରୁରୀକାଳିନ ପରିସ୍ଥିତି ପରେ ରାମ ଜେଠମଲାନି ସକ୍ରିୟ ରାଜନୀତିକୁ ଆସନ୍ତି । ସେ ପ୍ରଥମେ ବମ୍ବେ ଉତ୍ତର ପଶ୍ଚିମ ଲୋକସଭା ଆସନରୁ ନିର୍ବାଚନ ଲଢି ଜିତନ୍ତି । ୧୯୮୦ ମସିହାରେ ରାମ ଜେଠ ମଲାନି ପୁଣି ଉକ୍ତ ସିଟରୁ ନିର୍ବାଚନ ଲଢିଥିଲେ । ୧୯୮୫ ଲୋକସଭା ନିର୍ବାଚନରେ ସେ କଂଗ୍ରେସ ନେତା ସୁନିଲ ଦସ୍ତଙ୍କ ଠାରୁ ପରାଜିତ ହୋଇଥିଲେ । ୧୯୮୮ ମସିହାରେ ସେ ପ୍ରଥମ କରି ରାଜ୍ୟସଭାକୁ ଯାଇଥିଲେ ।
୧୯୯୬ ଓ ୧୯୯୯ ରେ ଏନଡିଏ ସରକାର ସମୟରେ କେନ୍ଦ୍ର ଆଇନ ମନ୍ତ୍ରୀ ହୋଇଥିଲେ । ପରେ ଯେତେବେଳ ସେ ବିଜେପି ଛାଡି ଆରଜେଡିରୁ ରାଜ୍ୟସଭାକୁ ଯାଇଥିଲେ ।
ଜାଣନ୍ତୁ ରାମ ଜେଠ ମଲାନି କେଉଁ ସବୁ ଚର୍ଚ୍ଚିତ କେସରେ ଓକିଲାତି କରିଥିଲେ,ଇନ୍ଦିରା ଗାନ୍ଧୀ ହତ୍ୟା ଅଭିଯୁକ୍ତର ଓକିଲ . ରାଜୀବ ଗାନ୍ଧୀ ହତ୍ୟା ଅଭିଯୁକ୍ତର ଓକିଲ\nଜେସିକା ଲାଲ ହତ୍ୟାକାଣ୍ଡ ଅଭିଯୁକ୍ତର ଓକିଲ, ଚାରା ଘୋଟାଲାରେ ଲାଲୁ ଜାଦବଙ୍କ ଓକିଲ, ଆୟ ବହିର୍ଭୁତ ସମ୍ପତି ମାମଲାରେ ଜୟ ଲଳିତାଙ୍କ ଓକିଲ, ଜୋଧପୁର ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କ ଓକିଲ ଥିଲେ