ବିଶାଖାପଟନମ୍(ଏଟିଆର ବ୍ୟୁରୋ): ଆନ୍ଧ୍ରପ୍ରଦେଶର ଦୁଇ କୃଷକ ରତ୍ନପଥର ଭଳି ଦିଶୁଥିବା ବିରଳ ମକା ଚାଷ କରି ସଫଳ ଭାବରେ ଏହି ବିରଳ ପ୍ରଜାତିର ମକାକୁ ଫଳାଇଛନ୍ତି । ଦୀର୍ଘ ସାତ ବର୍ଷର ପ୍ରଚେଷ୍ଟା ପରେ ବିଶାଖାପଟନମର ଦୁଇ ଚାଷୀ ଅଭିନବ ଗଙ୍ଗୁମଲ୍ଲା ଓ ରେଣୁ ରାଓ, ରତ୍ନ ପଥର ଭଳି ଦାନା ଦିଶୁଥିବା ମକା ଫଳାଇବାରେ ସଫଳ ହୋଇଛନ୍ତି ।
ଏହି ବିରଳ ପ୍ରଜାତିର ମକା ଆମେରିକାରେ ଚାଷ କରାଯାଏ । ଏବଂ ଏହି ମକାର ପ୍ରକୃତ ନାଁ ହେଉଛି ‘ଗ୍ଳାସ ଜେମ କର୍ଣ୍ଣ’ । ଏହି ମକାକୁ ସାଧାରଣ ମକା ଭଳି ଚାଷ କରାଯାଏ । ଏବଂ ସବୁଠାରୁ କୌତୂହଳ ବିଷୟ ହେଲା ଏହି ମକାକୁ ସିଝାଇବା ପରେ ମଧ୍ୟ ଦାନାର ରଙ୍ଗ ଅକ୍ଷୂର୍ଣ୍ଣ ରହୁଛି ।
ବିଟେକ୍ ପରେ କର୍ପୋରେଟ ଚାକିରିରେ ସନ୍ତୁଷ୍ଟ ନହୋଇ ଚାଷ କରିବା ପାଇଁ ସ୍ଥିର କରିଥିଲେ । ଏହାପରେ ସେ ହାଇଦ୍ରାବାଦରେ ଏକ ‘ବିୟଣ୍ଡ ଅର୍ଗାନିକ’ ନାମକ ଏକ ଫାର୍ମ କରି ସେ ଚାଷ ଆରମ୍ଭ କରିଥିଲେ । ୨୦୧୩ରୁ ଅଭିନବ ଓ ରେଣୁ ଦୁହେଁ ଗ୍ଳାସ ଜେମ କର୍ଣ୍ଣ ଚାଷ କରି ବିଫଳ ହେଉଥିଲେ । ପୁର୍ବରୁ ଏମାନେ ଷ୍ଟ୍ରବେରି କର୍ଣ୍ଣ ଓ ପର୍ପଲ୍ କର୍ଣ୍ଣ ମଧ୍ୟ ଫଳାଇଛନ୍ତି ।