ଭୁବନେଶ୍ୱର (ଏଟିଆର ବ୍ୟୁେରୋ): ଆଜିଠାରୁ ସାରା ଦେଶରେ ଫାସଟ୍ୟାଗ ବାଧ୍ୟତାମୂଳକ ହୋଇଛି । ଆଜିଠାରୁ ଯଦି କୌଣସି ଗାଡିରେ ଏହି ଫାସଟ୍ୟାଗ ଲଗା ହୋଇନଥାଏ ତେବେ ସେହି ସବୁ ଗାଡି ଗୁଡିକ ଦ୍ୱିଗୁଣା ଜରିମାନା ଦେବେ । ପୂର୍ବରୁ ଏନେଇ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କାରାଯାଇଥିଲା । ତେବେ ଆସନ୍ତୁ ଜାଣିବା ଫାସଟ୍ୟାଗ କେମିତି ବ୍ୟବହାର କରାଯିବ ।
ଫାସଟ୍ୟାଗ ସମସ୍ତ ଜାତୀୟ ରାଜପଥରେ ଥିବା ଟୋଲଗେଟରେ ଉପଲବ୍ଧ ରହିଛି ।
ଏହା ସରକାରଙ୍କ ସହିତ ଅନୁବନ୍ଧିତ ୨୨ ଟି ବ୍ୟାଙ୍କରେ ଉପଲବ୍ଧ ରହିଥିବା ବେଳେ ଆମାଜନରେ ମଧ୍ୟ ଏହା ଉପଲବ୍ଧ ରହିଛି । ଏହା ଗାଡିର ୱିଣ୍ଡୋସ୍କ୍ରିନରେ ଲଗାଯିବ । ଗାଡି ଗୁଡିକ ଟୋଲଗେଟ ଅତିକ୍ରମ କଲାବେଳେ ଏହା ଆପେଆପେ କଟିଯିବ ଆକାଉଣ୍ଟରୁ । ଏହି ଫାସଟ୍ୟାଗ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଯୋଡି ହୋଇଗଲେ ଟୋଲ ଗେଟରେ ଆପେଆପେ ଟଙ୍କା କଟିଯିବ । ରାଜପଥରେ ଟୋଲଗେଟରେ ହେଉଥିବା ଗହଳିକୁ କମ କରିବା ପାଇଁ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।