ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ଏନଏଚ ଉପରେ ଫାସଟ୍ୟାଗ ବ୍ୟବସ୍ଥା ଲାଗୁ ହୋଇଛି । ଯାତ୍ରୀଙ୍କ ସୁବିଧା ପାଇଁ ୨୫ ପ୍ରତିଶତ ଲେନରେ ଏହାକୁ କୋହଳ କରାଯାଇଛି । ଯାହା ଆସନ୍ତା ଜାନୁଆରି ୧୫ ପର୍ଯ୍ୟନ୍ତ କୋହଳ ରହିବ । ତେବେ ଏହା ଆଜିଠାରୁ ବାଧ୍ୟତା ମୂଳକ ହୋଇଥିଲେ ମଧ୍ୟ ଏହାକୁ ଆଉ ମାସେ ପାଇଁ ସାମାନ୍ୟ କୋହଳ କରାଯିବ । ଏବେ ୭୫ ପ୍ରତିଶତ ଏନଏଚ ଉପରେ ଥିବା ଟୋଲଗେଟରେ ପାସଟ୍ୟାଗ ବ୍ୟବସ୍ଥାରେ ଚାଲାଣ କାଟିବା ବ୍ୟବସ୍ଥା କରାଯାଇଛି । ଯେଉଁଠି ଏହି ବ୍ୟବସ୍ଥା ଠିକ ଭାବେ କାର୍ଯ୍ୟକ୍ଷମ ହୋଇନାହିଁ ସେଠାରେ କ୍ୟାସଦେଇ ଯାତ୍ରୀ ଚାଲାଣ କାଟି ପାରିବେ ।
ସୂଚନାଯୋଗ୍ୟ ଟୋଲ ଗେଟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏହି ନିୟମ ଲାଗୁ କରିଛନ୍ତି । ଜାତୀୟ ରାଜପଥରେ ଏନଏଚଏଆଇ କାଉଣ୍ଟରରେ ଏହି ଫାସଟ୍ୟାଗ ଉପଲବବ୍ଧ ରହିଛି । ଗାଡିରେ ଏହି ଫାସଟ୍ୟାଗ ଲଗାଇଲେ ଟୋଲଗେଟ ଅତିକ୍ରମ କଲେ ଆକାଉଣ୍ଟରୁ ଆପେଆପେ ଟଙ୍କା କଟିଯିବ । ଯାହା ଫଳରେ ଗାଡି ଚାଳକଙ୍କୁ ଆଉ ଘଣ୍ଟାଘଣ୍ଟା ଧରି ଟୋଲ ଗେଟ ନିକଟରେ ଅଟକି ରହିବାକୁ ପଡିବ ନାହିଁ । ସୂଚନାଯୋଗ୍ୟ ଗତ ଡିସେମ୍ବର ୧ ତାରିଖରୁ ଏହା ଲାଗୁ ହେବାର ଥିଲା । ମାତ୍ର ସାଧାରଣ ଲୋକଙ୍କ ସୁବିଧାକୁ ନଜରରେ ରଖି ଏହାକୁ ଆଉ ୧୫ ଦିନ ଅର୍ଥାତ ଡିସେମ୍ବର ୧୪ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା ।