ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇମରାନ ସରକାରଙ୍କ ଠାରୁ ଭାରତୀୟ ବାୟୁସେନାର ପାଇଲଟକୁ ଖଲାସ କରିବା ପାଇଁ ବୁଧବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲ୍ଫିକାର ଅଲ୍ଲୀ ଭୁଟୋଙ୍କ ନାତୁଣୀ ଦାବି କରିଛନ୍ତି । ସେ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ ହେବା ସହିତ ଜଣେ ଭଲ ଲେଖିକା ଭାବେ ବେଶ୍ ଜଣା ଶୁଣା ।
ଭାରତୀୟ ବାୟୁସେନାର ପାଇଲଟ ପାକିସ୍ତାନ କବ୍ଚାରେ ଅଛନ୍ତି । ବୁଧବାର ଭାରତୀୟ ବାୟୁସେନାର ମିଗ୍ ୨୧ ବିମାନ ଦୁର୍ଘଟଣା ହେବା ପରେ ଅଭିନନ୍ଦନ ନାମକ ଜଣେ ପାଇଲଟ ନିଖୋଜ ଥିବାରୁ ଭାରତୀୟ ପକ୍ଷରୁ ସୂଚନା ମିଳିଥିଲା । ପାଇଲଟ ଜଣଙ୍କ ନିୟନ୍ତ୍ରଣ ରେଖା ପାର କରି ପାକିସ୍ତାନ ସାମୀକୁ ଖସି ପଡିଥିଲେ ।
ଫତିମା ଭୁଟୋ କହିଛନ୍ତି କି ମୁଁ ଏବଂ ମୋର ଅନ୍ୟ ଯୁବା ପାକିସ୍ତାନୀ ଦେଶକୁ ଆଗହ୍ୟ କରୁଛୁ କି ଶାନ୍ତି , ମାନବିକତା ଏବଂ ପ୍ରତିଷ୍ଠା ପ୍ରତି ଆମର ପ୍ରତିବଦ୍ଧତାର ସଂକେତ ଅନୁଯାୟୀ ଭାତୀୟ ପାଇଲଟଙ୍କୁ ଖଲାସ କରିଦିଆଯାଉ । ଯେଉଁ ଭଳି ଭାବେ ତାଙ୍କୁ ଉଦ୍ଧାର କରାଯାଇଥିଲା ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଭାରତ ଏବଂ ପାକିସ୍ତାନ ଦୁଇଟି ଦେଶ ପରମାଣୁ ସୈନ୍ୟ ଶକ୍ତିର ଦେଶ । ଯିଏ ୧୯୪୭ ବିଭାଜନ ପରେ ଅନେକ ଯୁଦ୍ଧ କରିସାରିଛନ୍ତି । ଆମ ପାକିସ୍ତାନର ସେନା ୧୯୬୫,୧୯୭୧ ଏବଂ ୧୯୯୯ ଯୁଦ୍ଧର ସାମ୍ନା କରି ସାରିଛି । ଇତି ମଧ୍ୟରେ ଅନେକ ଥର ଖଣ୍ଡଯୁଦ୍ଧ ମଧ୍ୟ ହୋଇଛି, ସୀମାର ପାର କରିବା ଉଲଂଘନ ଏବଂ ଆତଙ୍କବାଦୀଙ୍କୁ ଗୁପ୍ତ ସମର୍ଥନ କରିବାର ଦୋଷ ମଧ୍ୟ ଲାଗିଛି ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଭାରତ ଏବଂ ପାକିସ୍ତାନ ମଧ୍ୟରେ କେବେ ବି ଶାନ୍ତି ଦେଖି ନାହାନ୍ତି । କିନ୍ତୁ ଏଥରକ ଭଳି ପରମାଣୁ ଶକ୍ତି ଥିବା ଦୁଇଟି ଦେଶ ମଧ୍ୟରେ ଟ୍ୱିଟ୍ ର ଯୁଦ୍ଧ ଦେଖିନଥିଲେ । ଆଶ୍ଚର୍ଯ୍ୟ ଲାଗୁଛି କି ଲୋକେ ତାଙ୍କ ସୋସିଆଲ ଆକାଉଣ୍ଟରେ ଯୁଦ୍ଧ ସ୍ଥିତିକୁ ସେଲିବ୍ରେଟ କରୁଛନ୍ତି । ଶେଷରେ ସେ କହିଛନ୍ତି ତାଙ୍କ ପିଢୀର ଯୁବାପିଢୀମାନେ କିଛି କହିବା ଅଧିକାର ପାଇଁ ଲଢେଇ କରିଛନ୍ତି ଏବଂ ସବୁଠୁ ଜରୁରୀ ହେଉଛି ଶାନ୍ତି ପାଇଁ ସ୍ୱର ଉତ୍ତୋଳନ କରିବା ପାଇଁ ତାଙ୍କୁ ଡର ନାହିଁ ।