ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପୁଣି ନାଗରିିକତାକୁ ନେଇ ଅଡୁଆରେ ଗାନ୍ଧୀ ପରିବାର । ସବୁବେଳେ ଗାନ୍ଧୀ ପରିବାରର ନାଗରିକତା ଉପରେ ପ୍ରଶ୍ନ ଉଠାଉଥିବା ସୁବ୍ରମଣ୍ୟମ ସ୍ୱାମୀଙ୍କର ଆଉ ଏକ ବୟାନ ପୁଣି ଏହି ପୁରୁଣା କଥାକୁ ତାଜା କରିଛି । ଅମିତ ଶାହାଙ୍କ ଟେବୁଲରେ ଫାଇଲ ଅଛି, ଯେ କୌଣସି ସମୟରେ ମଧ୍ୟ ସୋନିଆ ଓ ରାହୁଲଙ୍କ ନାଗରିକତା ହଟାଇ ପାରନ୍ତି ବୋଲି ବୟାନ ଦେଇଛନ୍ତି ସ୍ୱାମୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗୁରୁବାର ଦିନ ହାଇଦ୍ର୍ରାବାଦ ବିଶ୍ୱ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୁର୍ବତନ କେନ୍ଦ୍ରମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀ ଏହି ବୟାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଫାଇଲ ଅମିତ ଶାହାଙ୍କ ଟେବୁଲ ଉପରେ ରହିଛି ।
ଯେ କୌଣସି ସମୟରେ ମଧ୍ୟ ପଦକ୍ଷେପ ନିଆଯାଇପାରେ । ଭାରତୀୟ ସମ୍ବିଧାନ ନିୟମ ଅନୁସାରେ ଏହି ୨ ଜଣ ନିୟମ ପାଳନ କରି ନାହାନ୍ତି ବୋଲି କହିଛନ୍ତି ସ୍ୱାମୀ । ସେ ସୂଚନା ଦେଇ କହିଛନ୍ତି ଭାରତର ନାଗରିକତା ନେଇଥିବା ବ୍ୟକ୍ତି ଜଣେ ଯଦି ଅନ୍ୟ ଦେଶର ନାଗରିକତା ନେଇଥିବେ ତେବେ ସ୍ୱୟଂ ଭାବେ ସେ ଭାରତର ନାଗରିକତା ହରାଇବେ । ରାହୁଲ ଗାନ୍ଧୀ ଇଂଲଣ୍ଡରେ ବ୍ୟବସାୟ କରିବା ପାଇଁ ଇଂଲଣ୍ଡର ନାଗରିକତା ନେଇ ସାରିଛନ୍ତି । ସୋନିଆ ଗାନ୍ଧୀ ଏବେ ଭାରତର ନାଗରିକତା ପାଇଁ ଆବେଦନ କରି ପାରନ୍ତି ।