ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ପହିଲାରେ ଉପସ୍ଥାପିତ ହେବାକୁ ଯାଉଛି କେନ୍ଦ୍ର ବଜେଟ୍ । ଏହାପୂର୍ବରୁ ‘ୟୁନିଅନ ବଜେଟ୍ ମୋବାଇଲ ଆପ୍’ ଲଞ୍ଚ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଆପ୍ ଲଞ୍ଚ ହେବା ପରେ ଭାରତରେ କାଗଜବିହୀନ ବଜେଟ୍ ବୃଦ୍ଧି ପାଇଛି। ଉଲ୍ଲେଖନୀୟ କଥା ହେଉଛି, ସ୍ୱାଧୀନତା ପରଠାରୁ ଏହା ପ୍ରଥମ ଥର ପାଇଁ ବଜେଟ୍ ପ୍ରିଣ୍ଟିଙ୍ଗ୍ ହୋଇନାହିଁ । ଏହି ଆପ୍ ମାଧ୍ୟମରେ ସାଧାରଣ ନାଗରିକ ଏବଂ ସଦସ୍ୟମାନେ ସହଜରେ ବଜେଟ୍ ଡକ୍ୟୁମେଣ୍ଟ୍ ପାଇପାରିବେ ।
ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁଁ ବଜେଟ୍ କାଗଜରେ ବଜେଟ ପ୍ରିଣ୍ଟିଙ୍ଗ କରାଯାଇନାହିଁ । ଏହାବ୍ୟତିତ ଇକୋନୋମିକ ସର୍ଭେ ମଧ୍ୟ କାଗଜରେ ପ୍ରିଣ୍ଟିଙ୍ଗ କରାଯିବ ନାହିଁ ।
ସୂଚନାଯୋଗ୍ୟ, ଜାନୁଆରୀ ୨୯ ରେ ସଂସଦରେ ଆର୍ଥିକ ସମୀକ୍ଷା ଉପସ୍ଥାପନା କରାଯିବ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ଡକ୍ୟୁମେଣ୍ଟ ଇଲେକ୍ଟ୍ରୋନିକ ଫର୍ମରେ ସାଂସଦଙ୍କୁ ଦିଆଯିବ ।
ୟୁନିଅନ ବଜେଟ୍ ମୋବାଇଲ ଆପ୍:
– ଦୁଇଟି ଭାଷା ତଥା ଇଂରାଜୀ ଏବଂ ହିନ୍ଦୀ ଭାଷାରେ ୟୁନିଅନ୍ ବଜେଟ୍ ମୋବାଇଲ ଆପ୍ ଲଞ୍ଚ କରାଯାଇଛି । ଏହି ଆପ୍ କୁ ଆଣ୍ଡ୍ରୋଏଡ ଏବଂ ଆଇଓଏସ ୟୁଜର୍ସ ବ୍ୟବହାର କରିପାରିବେ ।
– ଏହି ଆପ୍ ରେ ସମସ୍ତ ୧୪ ବଜେଟ ର ଡକ୍ୟୁମେଣ୍ଟଓ ରହିଛି । ଏହାସହିତ ଏଥିରେ ବାର୍ଷିକ ଆର୍ଥିକ ବିବରଣୀ, ଡିମାଣ୍ଡ ଫର୍ ଗ୍ରାଣ୍ଟ , ଆର୍ଥିକ ବିଧେୟକ ଆଦି ସୂଚନା ଦିଆଯାଇଛି ।
– ଏହି ଆପ୍ ର ବିଶେଷତ୍ୱ ହେଉଛି ଏଥିରେ ଡାଉନଲୋଡିଙ୍ଗ, ପ୍ରିଂଟିଙ୍ଗ, ସର୍ଚ୍ଚ, ଜୁମ୍ ଇନ୍ ଜୁମ୍ ଆଉଟ୍, ଏକ୍ସଟରନାଲ ଲିଙ୍କ ଆଦି ଫିଚର୍ସ ସାମିଲ ଅଛି ।
– ଫେବୃଆର ୧ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ବଜେଟ ଭାଷଣ ଶେଷ ହେବା ପରେ ବଜେଟ ର ସମସ୍ତ ଡକ୍ୟୁଣ୍ଟେ ଏଥିରେ ଉପଲବ୍ଧ ହେବ ।