ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣ ଜନତାଙ୍କ ପାଇଁ ଖୁସୀ ଖବର । ପାନ୍ କାର୍ଡ ନେଇ ସଂକେତ ଦେଇଛନ୍ତି ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ସେ କହିଛନ୍ତି କି, ଆଗାମୀ ଦିନରେ ପାନ୍ କାର୍ଡ ତିଆରି କରିବା ସହଜ ହୋଇଯିବ । ନୀତି ଆୟୋଗରେ ଉଦ୍ୟୋଗପତିଙ୍କ ସହ ଆଲୋଚନା କରି ଅର୍ଥମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ଫେବୃଆରୀ ୧ରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଲୋକସଭାରେ ଆଗତ ହୋଇଥିବା ସାଧାରଣ ବଜେଟ୍ ୨୦୨୦-୨୧ ରେ ପାନ୍ କାର୍ଡ ଆବଣ୍ଟନ କରିବା ପ୍ରକ୍ରିୟାକୁ ସହଜ କରିବାର ପ୍ରସ୍ତାବ ଦିଆଯାଇଥିଲା ।
ଏହାପୂର୍ବରୁ ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ କହିଥିଲେ କି, ଚଳିତ ମାସରୁ ଅନଲାଇନ୍ ରେ ମିଳିବ ପାନ୍ କାର୍ଡ । ଏଥିପାଇଁ ଆଧାର କାର୍ଡ ଜରୁରୀ । ଯାହାଦ୍ୱାରା ଲୋକେ ଲମ୍ବା ଚଉଡା ଫର୍ମ ଭରିବା ସମସ୍ୟାରୁ ଛୁଟ୍ କାରା ପାଇବେ ।
ପାନ୍ କାର୍ଡ ସହିତ ଆଧାର ସଂଯୋଗ କରିବା ସରକାରଙ୍କ ପକ୍ଷରୁ ବାଧ୍ୟତା ମୂଳକ କରାଯାଇଛି । ଦେଶରେ ୩୦.୭୫ କୋଟିରୁ ଅଧିକ ପାନ୍ କାର୍ଡ ଧାରକ ଅଛନ୍ତି । ହୁଏତ ୨୭ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ୧୭.୫୮ କୋଟି ପାନ୍ କାର୍ଡ ଧାରକ ପାନ୍ ସହିତ ଆଧାର ସଂଯୋଗ କରିନଥିଲେ । ଯେଉଁଥିପାଇଁ ଏହାର ସମୟସୀମାକୁ ୩୧ ମାର୍ଚ୍ଚ ୨୦୨୦ ଘୁଞ୍ଚାଯାଇଛି । ଯଦି ଆପଣ ମାର୍ଚ୍ଚ ୩୧ ସୁଧା ପାନ୍ ସହ ଆଧାର ସଂଯୋଗ ନକରୁଛନ୍ତି ତେବେ ଆପଣଙ୍କ ପାନ୍ କାର୍ଡ ରଦ୍ଦ କରିଦିଆଯିବ ।