ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କରୋନା ଆର୍ଥିକ ପ୍ୟାକେଜ ନିମେନ୍ତେ ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ ସେ ପ୍ରବାସୀ ଶ୍ରମିକ, ରାସ୍ତା କଡ ଉଠା ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ ଏବଂ କ୍ଷୁଦ୍ର ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ କୃଷକଙ୍କ ସୁଧ ଛାଡ କରାଯାଇଛି । ୨୫ ଲକ୍ଷ ନୂତନ କୃଷକ କ୍ରେଡିଟ କାର୍ଡ ଦିଆଯାଇଛି ।
୩ କୋଟି କୃଷକଙ୍କ ପାଇଁ୪,୨୨,୦୦୦ କୋଟି କୃଷି ଋଣର ଲାଭ ଦିଆଯାଇଛି । ସେଥିରେ ତିନି ମାସର ଋଣ ମୋରଟୋରିୟମ ଅଛି । ୨୫ ଲକ୍ଷ ନୂତନ କୃଷକ କ୍ରେଡିଟ କାର୍ଡ ଦିଆଯାଇଛି । ଯାହାର ସୀମିତ ୨୫ ହଜାର କୋଟି ହେବ । କୃଷି ଋଣ ପାଇଁ ସୁଧର ସହାୟତା ଏବଂ ତ୍ୱରିତ ଭରଣ ର ନିର୍ଦ୍ଧାରିତ ଅବଧିକୁ ୧ ମାର୍ଚ୍ଚ ୨୦୨୦ ରୁ ବୃଦ୍ଧି କରାଯାଇ ୩୧ ମେ ୨୦୨୦ କରାଯାଇଛି ।
ମାର୍ଚ୍ଚ ୧ ରୁ ଅପ୍ରିଲ ୩୦ ମଧ୍ୟରେ ୮୬ ହଜାର ୬ ଶହ କୋଟି ଟଙ୍କାର ୬୩ ଲକ୍ଷ ଋଣ ଜାରି କରାଯାଇଛି । ମାର୍ଚ୍ଚ ୨୦୨୦ରେ ନାବାର୍ଡରେ ସହକାରୀ ବ୍ୟାଙ୍କର ସହାୟକ ପାଇଁ ୨୯ ହଜାର ୫ ଶହ କୋଟି ଟଙ୍କା ସହାୟତା ପାଇଁ ଦିଆଯାଇଛି । କୃଷି ଉତ୍ପାଦନ କ୍ରୟ ପାଇଁ ରାଜ୍ୟକୁ ମାର୍ଚ୍ଚ ୨୦୨୦ରୁ ଏପର୍ଯ୍ୟନ୍ତ ୬୭୦୦ କୋଟି ଟଙ୍କାର କାର୍ଯ୍ୟଶୀଳ ପୁଞ୍ଜି ଦିଆଯାଇଛି ।
ଅନ୍ୟପଟେ ରାଜ୍ୟକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଖର୍ଚ୍ଚ ପାଇଁ ଅନୁମତି ଦିଆଯାଇଛି । ରାଜ୍ୟକୁ କେନ୍ଦ୍ରସରକାର ୧୧୦୦୨ କୋଟି ଟଙ୍କା ଏସଡିଆରଏପ ମଜବୁତ ପାଇଁ ଦିଆଯାଇଛି । ଏଥିରେ ଆଶ୍ରୟସ୍ଥଳୀ ତିଆରି କରାଯିବା ସହ ତିନି ବେଳା ପାଇଁ ଖାଦ୍ୟ ଉପଲବ୍ଧ କରାଯାଇଛି ।
୧୨ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ୩ କୋଟି ମାସ୍କ ଏବଂ ୧.୨୦ ଲକ୍ଷ ଲିଟର ସାନିଟାଇଜର ଉତ୍ପାଦନ କରାଯାଇଛି । ମାର୍ଚ୍ଚ ୧୫ ପରଠାରୁ ୭୨୦୦ ହଜାର ନୂତନ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି ।
ସେହିପରି ୧୪.୬୨ କୋଟି କାର୍ଯ୍ୟ ଦିବସର କାମ ମେ ୧୩ ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ କରାଯାଇଛି । ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨.୩୩ କୋଟି ଶ୍ରମିକଙ୍କୁ ମନରେଗା ଅନୁଯାୟୀ କାମ ଦିଆଯାଇଛି । ଗତବର୍ଷ ମୁକାବିଲାରେ ୪୦ ରୁ ୫୦ ପ୍ରତିଶତ ଅଧିକ ଲୋକଙ୍କୁ କାମ ଦିଆଯାଇଛି । ଗତବର୍ଷ ମୁକାବିଲାରେ ଦିଆଯାଉଥିବା ପାରିଶ୍ରମିକକୁ ୧୮୫ ଟଙ୍କାରୁ ବଢାଇ ୨୦୨ ଟଙ୍କା କରାଯାଇଛି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିୟମିତ ସାମ୍ବାଦିକ ସମ୍ମିଳନୀ କରି ଆର୍ଥିକ ପ୍ୟାକେଜର ବିସ୍ତୃତ ବିବରଣୀ ଦେଉଛନ୍ତି ।