ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଭୟାବହ ଅଗ୍ନିକାଣ୍ଡ । ପ୍ରୟାଗରାଜ କୁମ୍ଭ ମେଳାରେ ନିଆଁ ଥମିବାର ନାଁ ଧରୁନି । ଗତକାଲି ବିଳମ୍ବିତ ରାତିରେ କୁମ୍ଭ ମେଳାରେ ପୁଣି ନିଆଁ ଲାଗି ଯାଇଛି । ଅର୍ୟାଲ ଅଞ୍ଚଳ ସ୍ଥିତ ତ୍ରିବେଣୀ ଟେଣ୍ଟ ହାଉସରେ ନିଆଁ ଅଚାନକ୍ ଲାଗିଯାଇଥିଲା । ଯେଉଁଥିରେ ବିହାରର ରାଜ୍ୟପାଳ ଲାଲଜୀ ଟଣ୍ଡନ ଥିଲେ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାଜ୍ୟପାଳ ।
ବିଳମ୍ବିତ ରାତିରେ ନିଆଁ ଲାଗିବା ସମୟରେ ଲାଲଜୀ ଟଣ୍ଡନ ଗମ୍ଭୀର ନିଦରେ ଶୋଇଥିଲେ । ନିଆଁରୁ ରାଜ୍ୟପାଳଙ୍କୁ ସୁରକ୍ଷିତ ଭାବେ ସର୍କିଟ ହାଉସକୁ ସିଫ୍ଟ କରାଯାଇଥିଲା । ଏଥିରେ ରାଜ୍ୟପାଳଙ୍କ ମୋବାଇଲ ସମେତ ଅନ୍ୟ ସାମଗ୍ରୀ ଜଳିଯାଇଛି ।
ନିଆଁ ଲାଗିବାର କାରଣ ଜଣାପଡିନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ଏହି ଅଘଟଣ ହୋଇଥିବା ଅନୁମାନ କରାଯାଉଛି । ତ୍ରିବେଣୀ ସଙ୍କୁଳରେ ନିଆଁ ଲାଗି ଖବର ପାଇ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ସିଇଓ ମୋନିକା ଚଢା ପହଁଚିଥିଲେ ।
ସୂଚନା ଯୋଗ୍ୟ, ଏହା ପୂର୍ବରୁ ଫେବ୍ରୁଆରୀ ୫ରେ ସେକ୍ଟର ୧୫ ସ୍ଥିତ ଯୋଗୀ ମହାସଭା ସିବିରରେ ନିଆଁ ଲାଗି ଯାଇଥିଲା । ଏହି ନିଆଁ ଆଖପାଖ ଶିବିରକୁ ବ୍ୟାପି ଯାଇଥିଲା । ଫଳରେ ଅନେକ କ୍ଷୟକ୍ଷତି ହୋଇଥିଲ ।