ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀପାବଳୀରେ ବାଣ ଫୁଟାକୁ ନେଇ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ଏଥର ବି ଫୁଟିବନି ବାଣ । ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ କଟକଣା । ଶୀତଦିନେ ଦିଲ୍ଲୀରେ ପ୍ରଦୂଷଣ ଅଧିକ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଏନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇଛନ୍ତି ।
ଗତବର୍ଷ ମଧ୍ୟ ବାଣ ଫୁଟା ଉପରେ କଟକଣା ଲାଗୁ କରାଯାଇଥିଲା । ସେହିପରି ଚଳିତବର୍ଷ ମଧ୍ୟ ପ୍ରଦୂଷଣକୁ ରୋକିବା ପାଇଁ ବାଣ ଫୁଟା ଉପରେ କଟକଣା ଲାଗୁ କରାଯାଇଛି ।