ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ବୀର ପାଇଲଟ ୱିଙ୍ଗ କମାଣ୍ଡୋ ଅଭିନନ୍ଦନଙ୍କୁ ପାକିସ୍ତାନରେ ଅଟକ ରଖାଯିବା ଘଟଣାକୁ ବର୍ଷେ ପୁରିଲା । ଯାହାକୁ ନେଇ ସେ ସମୟରେ ଘଟଣାକୁ ନେଇ ଦେଶରେ ଅଭିନନ୍ଦନଙ୍କୁ ରିଅଲ ହିରୋ ଭାବେ ସଲାମ କରାଯାଇଥିଲା । ତେବେ ଆସନ୍ତୁ ଜାଣିବା କ’ଣ ଥିଲା ପୁରା ଘଟଣା । ଘଟଣା ଫେବୃଆରୀ ୨୭ । ଠିକ ଭାରତ ପକ୍ଷରୁ ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣର ପରଦିନ । ସକାଳ ୮ଟା ବେଳେ ହଠାତ ସେନାକୁ ଖବର ମିଳିଲା ପାକିସ୍ତାନ ପକ୍ଷରୁ ଭାରତ ଉପରେ ଆକାଶ ମାର୍ଗ ଉପରୁ ଆକ୍ରମଣ ହୋଇପାରେ ।ଏନେଇ ୩ ଟି ସୁଖଇ ୩୦୦ ଏମକେଆଇ ବିମାନକୁ ଆଲର୍ଟ କରାଯାଇଥିଲା । ଏଥି ସମେତ ୨ ଟି ମିରଜ କୁ ମୁତୟନ କରାଗଲା । ପରେ ଆକାଶ ମାର୍ଗରୁ ପାକିସ୍ତାନ ଆଡୁ ୨ ଟି ବିମାନ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ପ୍ରଚେଷ୍ଟା କରୁଥିଲେ ।
ଏହି ଖବର ପରେ ଏଥିରେ ସାମିଲ ହୋଇଥିଲେ ମିଗ ୨୧ । ଯାହା ପାକିସ୍ତାନ ମଧ୍ୟରେ ୧୨ ରୁ ୧୩ କିମି ପଶି ତାଣ୍ଡବ ଦେଖାଉଥିଲା । ଏହି ସମୟରେ ପାକିସ୍ତାନ ଭୁପୃଷ୍ଠରୁ ଏକ ଲଞ୍ଚ ମାଡ କରିଥିଲା ମିଗ ୨୧ ରେ ଥିବା ଅଭିନନ୍ଦନଙ୍କ ବିମାନକୁ ମାଡ କରିଥିଲା । ଯାହାଫଳରେ ଅଭିନନ୍ଦନ ପାରାସୁଟ ଜରିଆରେ ତଳକୁ ଡେଇଁ ପଡିଥିଲେ । ପରେ ସେ ଯାଇ ଓହ୍ଲାଇଥିଲେ । ସେଠାରେ ସେ କିଛି ପାକିସ୍ତାନୀ ଯୁବକଙ୍କୁ ସେଠାକାର ଠିକଣା ପଚାରିଥିଲେ । ସେହି ଯୁବକମାନେ ତାଙ୍କୁ ଭାରତ ବୋଲି ମିଛରେ କହିଥିଲେ । ପରେ ଅଭିନନ୍ଦନ ଜୟ ହିନ୍ଦ ନାରା ଦେଇଥିଲେ । ପରେ ଯୁବକମାନେ ତାଙ୍କ ଉପରକୁ ଢେଲା ପଥର ମାଡ କରିଥିଲେ ।
ସବୁଠରୁ ବଡ କଥା ହେଲା ଅଭିନନ୍ଦନଙ୍କ ପାଖରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜ ସେ ପାଟିରେ ପୁରାଇ ଚୋବାଇ ନଷ୍ଟ କରିଦେଇଥିଲେ । ଦୀର୍ଘ ୫୬ ଘଣ୍ଟା କାଳ ପାକିସ୍ତାନ ଅଭିନନ୍ଦନଙ୍କୁ ବନ୍ଦୀ ରଖିଥିଲା । ଏମିତିକି ଶାରୀରିକ ମାନସିକ ଟର୍ଚ୍ଚର ମଧ୍ୟ କରିଥିଲେ । ତଥାପି ଭାରତର କୌଣସି ଗୁପକ୍ତ ତଥ୍ୟ ପାକିସ୍ତାନକୁ ଦେଇନଥିଲେ । ଶେଷରେ ଭାରତର କୂଟନୈତିକ ଋଣ ନୀତି ଆଗରେ ହାର ମାନିଥିଲା ପାକିସ୍ତାନ । ବାଧ୍ୟ ହୋଇ ପାକିସ୍ତାନ ଏହି ବୀର ଯବାନଙ୍କୁ ଭାରତକୁ ହସ୍ତାନ୍ତର କରିଥିଲା ।