ମୁମ୍ବାଇ(ଏଟିଆର ବ୍ୟୁରୋ): ଉଦ୍ଧବ ଠାକରେ ଶପଥ ନେବାର ପାଖାପାଖି ଗୋଟିଏ ମାସ ପରେ ଉଦ୍ଧବ ସରକାରଙ୍କ କ୍ୟାବିନେଟ ବିସ୍ତାର ହୋଇଛି । ଆଜିର ଏହି ଶପଥ ପାଠ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଅଜିତ ପାୱାର । ୩୬ ଜଣ ନୂଆ ବିଧାୟକ ମନ୍ତ୍ରୀ ପଦ ପାଇଁ ଆଜି ଶପଥ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଅଜିତ ପୂର୍ବରୁ ଦେବେନ୍ଦ୍ର ଫଡାନାବିସଙ୍କ ଶପଥ ଗ୍ରହଣ ସମୟରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ପରେ ୮୦ ଘଣ୍ଟା ମଧ୍ୟରେ ଫଡନାବିସ ଇସ୍ତପା ଦେବା ପରେ ବିଜେପି ସରକାର ଭାଙ୍ଗି ଯାଇଥିଲା ।
ପରେ କଂଗ୍ରେସ ଓ ଏନସିପି ସହ ମିଶି ଶିବସେନା ସରକାର ଗଢିବା ପରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥ ଗ୍ରହଣ କରାଇଛନ୍ତି । କଂଗ୍ରେସର ୧୨ ଜଣ ,ଏସିପିର ୧୪ ଜଣ ଓ ଶିବସେନାର ୧୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ରାଜ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।