ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ଅଣ୍ଟା ଭିଡିଛି ଇସ୍ରୋ । ସେହିଅନୁଯାୟୀ ଆଉ ପାଦେ ଆଗକୁ ବଢିଛି ଇସ୍ରୋ । ଇସ୍ରୋ ପକ୍ଷରୁ ଶୁକ୍ରବାର ଲୋୟର ଅର୍ବିଟରେ ପ୍ରଥମ ଡିବୁଷ୍ଟିଂ କରାଯାଇଛି । ଅର୍ଥାତ କକ୍ଷପଥକୁ ବଦଳାଯିବା ସହ ଦୂରତା କମ୍ କରାଯାଇଛି ଓ ବେଗ ମଧ୍ୟ ହ୍ରାସ କରାଯାଇଛି ।
ସେହିପରି ଆସନ୍ତା ୨୦ ତାରିଖ ବିଳମ୍ବିତ ରାତିରେ ଲ୍ୟାଣ୍ଡରରେ ଆଉ ଏକ ଡିବୁଷ୍ଟିଂ କରାଯିବ । ଯାହାଦ୍ୱାରା ଲ୍ୟାଣ୍ଡରକୁ ଚନ୍ଦ୍ରଠାରୁ ସର୍ବନିମ୍ନ ୨୪-୩୦ କିମି ଓ ସର୍ବାଧିକ ୧୦୦ କିମି ଦୂରତାକୁ ଅଣାଯିବ ।
ଆସନ୍ତା ୨୩ ତାରିଖରେ ସଫ୍ଟ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ବିକ୍ରମ । ସେଥିରୁ ପ୍ରଜ୍ଞାନ ବାହାରକୁ ଆସି ଚନ୍ଦ୍ର ପୃଷ୍ଠରୁ ଆବଶ୍ୟକୀୟ ସୂଚନା ପଠାଇବ । ଯଦି ଏହା ସଫଳ ହୁଏ ତେବେ ଆମେରିକା, ଋଷ, ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର ।