ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ନୌସେନାରେ ଖୁବ୍ ଶୀଘ୍ର ଜଣେ ମହିଳା ପାଇଲଟ ସାମିଲ ହେବାକୁ ଯାଉଛନ୍ତି । ଆଜ୍ଞା ହଁ ବିହାରର ମୁଜଫରପୁରରେ ରହୁଥିବା ଲେଫ୍ଟିନାଣ୍ଟ ଶିବଙ୍ଗୀଙ୍କ ଅପରେସନାଲ ଟ୍ରେନିଂ ଶେଷ ହୋଇଗଲାଣି । ସେ ଡିସେମ୍ବର ୨ ତାରିଖରେ ନୌସେନାର ପ୍ରଥମ ମହିଳା ପାଇଲଟ ଭାବେ ଯୋଗ ଦେବେ ।
ସୂଚନାଯୋଗ୍ୟ, ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରାଯିବ । ଏହାପୂର୍ବରୁ ଶିବାଙ୍ଗୀ ନୌସେନାରେ ମହିଳା ପାଇଲଟ ରୂପେ ବିମାନ ଉଡାଉ ଥିବାର ନଜର ଆସିବେ । ଶିବାଙ୍ଗୀ ଭାରତୀୟ ନୌସେନା ଏକାଡେମୀ ଏଝିମଲାର ୨୭ ଏନଓସି ପାଠ୍ୟକ୍ରମର ଏସଏସସି ପାଇଲଟ ଭାବେ ନୌସେନା ସହ ଯୋଡି ହୋଇଥିଲେ । ଜୁନ୍ ମାସରେ ତାଙ୍କୁ ଭାଇସ୍ ଆଡମିରଲ ଏକେ ଚାୱଲା ଔପଚାରିକ ଭାବେ ନୌସେନାରେ ସାମିଲ କରାଇଥିଲେ । ଏବେ ଦକ୍ଷୀଣ ନୌସେନା କମାଣରେ ପ୍ରଶିକ୍ଷଣ ନେଇଥିବା ଶିବାଙ୍ଗୀଙ୍କୁ ଡିସେମ୍ବର ୨ ତାରିଖରେ ଡାର୍ନିୟର ବିମାନ ଉଡାଣ ପାଇଁ ଅଧିକୃତ କରାଯିବ । ରିପୋର୍ଟ ମୁତାବକ ଏହି ବିମାନ କମ ଦୂରତା ମଧ୍ୟରେ ସମୁଦ୍ର ମିଶନ୍ସ ପାଇଁ ପଠା ଯାଇଥାଏ ଏବଂ ଏହା ଭାରତୀୟ ସମୁଦ୍ର କ୍ଷେତ୍ରର ଦେଖା ରଖାର ସାହାର୍ଯ୍ୟ କରିଥାଏ ।
ଶିବାଙ୍ଗୀ ମୁଜଫରପୁରର ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ । ଏହାପରେ ସେ ବିଟେକ୍ ମଧ୍ୟ କରଛନ୍ତି ।