ମନାଲି (ଏଟିଆର ବ୍ୟୁରୋ): ପ୍ରକୃତିର କୋଳରେ ଥିବା ହିମାଞ୍ଚଳ ପ୍ରଦେଶରେ ଦୀର୍ଘ ୪୮ ଘଂଟା ଧରି ଲଗାଣ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ବେହାଲ ହୋଇପଡିଛି ହିମାଞ୍ଚଳ ପ୍ରଦେଶ । ବଦଳି ଯାଇଛି ହିମାଞ୍ଚଳ ପ୍ରଦେଶର ରୂପ ରେଖ । ସେପଟେ ନଦୀର ଜଳ ଉଛୁଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ୧୨ଟି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ କିଛି ବସ୍ ଓ ଟ୍ରକ ଭାସଯାଇଛି । ସବୁଠାରୁ ଅଧିକ ବର୍ଷା ଚମ୍ବା ଜିଲ୍ଲାରେ ହୋଇଛି ।
ଗତ ଶୁକ୍ରବାର ଠାରୁ ଲାଗି ରହିଥିବା ବର୍ଷାରେ ରାଜ୍ୟର ଅନେକ ସଡକ ବନ୍ଦ ହୋଇଯାଇଛି, ଏବଂ ଅନେକ ଆର୍ଥିକ କ୍ଷତି ଘଟିଛି । ଆଗକୁ ଆହୁରି ବର୍ଷା ଜାରି ରହିବ ବୋଲି ରାଜ୍ୟ ପାଣି ପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି ।
ହିମାଞ୍ଚଳ ପ୍ରଦେଶ ର ପ୍ରଭାବ ତାର ପଡୋଶୀ ରାଜ୍ୟରେ ବି ପଡିଛି । ପଞ୍ଜାବର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ସରକାରଙ୍କ ପକ୍ଷରୁ ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି ।