ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କଶ୍ମରୀ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ୍ ଯବାନ ସହୀଦ ହୋଇଥିଲେ । ଏହା ପରେ ସାରା ଦେଶ ଗୋଟେପଟେ ଶୋକରେ ଡୁବି ଥିବା ବେଳେ ଅନ୍ୟପଟେ କ୍ରୋଧର ନିଆଁରେ ଜର୍ଜରିତ ହେଉଛି । ଏହି ଆକ୍ରମଣରେ ସହଦୀ ହୋଇଥିବା ଯବାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି । ଏହାସହିତ ପାକିସ୍ତାନ ମୁର୍ଦାବାଦ ବୋଲି ନାରା ଲଗାଉଛନ୍ତି । ଏହି କ୍ରମରେ ଏଭଳି ଏକ ଦୃଶ୍ୟ ନଜରକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ଆଜ୍ଞା ହଁ ଛତିଶଗଡର ଅଜୟ ସେନ ନାମକ ଜଣେ ବ୍ୟକ୍ତି ଏକ ନିଆରା ଉପାୟ ଆପଣାଇଛନ୍ତି । ସେ ତାଙ୍କ ଫାଷ୍ଟଫୁଡ୍ ଠେଲା ଗାଡିରେ ଏକ ଫ୍ଲେକ୍ସ ଲଗାଇଛନ୍ତି । ଯେଉଁଥିରେ ସେ ଚିକେନ୍ ଲଲିପପ୍ ଏବଂ ଟଙ୍ଗଡି କବାବ ଉପରେ ୧୦ ଟଙ୍କା ଛାଡ ର ଅଫର ଲଗାଇଛନ୍ତି । ମାତ୍ର ଗୋଟେ ସର୍ତ୍ତ ଉପରେ ଗ୍ରାହକ ଏହି ଅଫରର ସୁବିଧା ଉଠାଇ ପାରିବେ । ଯେତେବେେଳେ ଗ୍ରାହକ ପାକିସ୍ତାନ ମୁର୍ଦାବାଦ ବୋଲି ନାରା ବାଜ୍ କରିବେ ସେତେବେଳେ ଯାଇ ଏହି ଅଫର୍ ମିଳିପାରିବ ।
ଖବରମୁତାବକ, ଅଜୟଙ୍କ ଏହି ନିଆରା ଉପାୟ ପାଇଁ ତାଙ୍କ ଠେଲା ଗାଡିରେ ଅନେକ ମାତ୍ରାରେ ଭିଡ ଲାଗି ରହୁଛି । ଏହାସହିତ ଗ୍ରାହକମାନେ ପାକିସ୍ତାନ ବିରୋଧରେ ନିଜର ରାଗ ବାହାର କରିବା ସହ ତାଙ୍କ ଖାଇବା ବିଲ୍ ରୁ ଛାଡ୍ ମିଳୁଛି ।
ଏହି ମାମଲାରେ ଦୋକାନ ମାଲିକ ଅଜୟଙ୍କ କହିବାନୁଯାୟୀ, ପାକିସ୍ତାନ କେବେ ବି ମାନବିକତାର କଦର କରିନାହିଁ କି ଆଗକୁ କେବେ ବି କରିବ ନାହିଁ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ହୃଦୟରୁ ପାକିସ୍ତାନ ମୁର୍ଦାବାଦ ବୋଲି କହିବା ଉଚିତ୍ ।