ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ଧନୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ମାଲିକ ମୁକେଶ ଅମ୍ବାନୀ । ବିଶ୍ୱର ଧନୀ ବ୍ୟକ୍ତିଙ୍କ ବିଷୟରେ ସୂଚନା ପ୍ରଦାନ କରୁଥିବା ଏକ ପତ୍ରିକା ଫୋର୍ବସ୍ ଅନୁଯାୟୀ, ,୨୦୨୧ ମସିହାରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ । ୨୦୦୮ ପରଠାରୁ କ୍ରମାଗତ ୧୪ ବର୍ଷ ପାଇଁ ଅମ୍ବାନୀ ବିଲିୟନେୟାର ତାଲିକାରେ ଶୀର୍ଷରେ ରହିଛନ୍ତି। ଧନୀମାନଙ୍କ ଏହି ତାଲିକାରେ ଗୌତମ ଆଦାନୀ ଦୁଇ ନମ୍ବରରେ ଏବଂ ଶିବ ନାଦର ତୃତୀୟ ସ୍ଥାନରେ ଅଛନ୍ତି।
ଫୋର୍ବସ୍ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଏହି ଅନୁଯାୟୀ, ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ ୯୩ ବିଲିୟନ ଡଲାର ଅର୍ଥାତ୍ ୬.୯୬ ଲକ୍ଷ କୋଟି ଟଙ୍କା। ଏହି ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଗୌତମ ଆଦାନୀଙ୍କର ସମ୍ପତ୍ତି ୭୪.୮ ବିଲିୟନ ଅର୍ଥାତ୍ ୫.୬୧ ଲକ୍ଷ କୋଟି ଟଙ୍କା ରହିଛି। ତୃତୀୟ ସ୍ଥାନରେ ରହିଥିବା ଶିବ ନାଦାରଙ୍କ ସମ୍ପତି ୨.୨ ଲକ୍ଷ କୋଟି ଟଙ୍କା, ଚତୁର୍ଥ ସ୍ଥାନରେ ଥିବା ରାଧାକିଶନ ଦମାନୀଙ୍କ ସମ୍ପତ୍ତି ୨.୦ ଲକ୍ଷ କୋଟି ଟଙ୍କା, ପଞ୍ଚମ ସ୍ଥାନରେ ଥିବା ସାୟରସ ପୁନାୱାଲାଙ୍କ ସମ୍ପତ୍ତି ୧.୪୨ ଲକ୍ଷ କୋଟି ଟଙ୍କା, ଷଷ୍ଠ ସ୍ଥାନରେ ଥିବା ଲକ୍ଷ୍ମୀ ମିତଲଙ୍କ ସମ୍ପତ୍ତି ୧.୪୦ ଲକ୍ଷ କୋଟି ଟଙ୍କା, ସପ୍ତମ ସ୍ଥାନରେ ଥିବ ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ୧.୩୪ ଲକ୍ଷ କୋଟି ଟଙ୍କା, ଅଷ୍ଟମ ସ୍ଥାନରେ ଥିବ ଉଦୟ କୋଟକଙ୍କ ସମ୍ପତ୍ତି ୧.୨୩ ଲକ୍ଷ କୋଟି ଟଙ୍କା, ନବମ ସ୍ଥାନରେ ଥିବ ପାଲୋନଜୀଙ୍କ ସମ୍ପତ୍ତି ୧.୨୨ ଲକ୍ଷ କୋଟି ଟଙ୍କା ଏବଂ ଦଶମ ସ୍ଥାନରେ ଥିବା କୁମାର ବିର୍ଲାଙ୍କ ସମ୍ପତ୍ତି ୧.୧୮ ଲକ୍ଷ କୋଟି ଟଙ୍କା । ଫୋର୍ବସ୍ ରିପୋର୍ଟ ଅନୁଯାୟୀ, କରୋନା ମହାମାରୀର ଦ୍ୱିତୀୟ ବର୍ଷରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ସେମାନଙ୍କ ସମ୍ପତ୍ତିକୁ ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି।
ଫୋର୍ବସ୍ ର କହିବାନୁଯାୟୀ ଏହି ତାଲିକାରେ ଭାରତର ପରିବାର, ଷ୍ଟକ୍ ମାର୍କେଟ୍, ବିଶ୍ଳେଷକ ଏବଂ ନିୟାମକ ଏଜେନ୍ସିରୁ ପ୍ରାପ୍ତ ଅଂଶଧନ ଏବଂ ଆର୍ଥିକ ସୂଚନା ଆଧାରରେ ପ୍ରସ୍ତୁତ ହୋଇଛି। ବେସରକାରୀ କମ୍ପାନୀଗୁଡିକର ମୂଲ୍ୟ ସମାନ ସାର୍ବଜନୀନ ଭାବରେ ବ୍ୟବସାୟ କରୁଥିବା କମ୍ପାନୀଗୁଡିକ ଆଧାରରେ କରାଯାଇଥିଲା ।