ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଚୀନରେ କରୋନା ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ଜୀବନ ନେଇସାରିଲାଣି । କେବଳ ଚୀନ ନୁହେଁ ସାରା ବିଶ୍ୱରେ ୨୭ଟି ଦେଶକୁ ଏହି ମାରାତ୍ମକ ଭୂତାଣୁ କରୋନା ବ୍ୟାପି ସାରଲାଣି । ୩୪ ହଜାର ଲୋକ ଏହି ଭୂତାଣୁ ଆକ୍ରାନ୍ତର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ।
ଏହି ଭାଇରସ ଠାରୁ ଦେଶକୁ ରକ୍ଷା କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସବୁ ପ୍ରକାରର ଚେଷ୍ଟା ସତ୍ତେ୍ୱ ଭାରତରେ କରୋନା ତାର କାୟା ବିସ୍ତାର କରିବାରେ ସଫଳ ହେଉଛି । କେରଳରେ ଏପର୍ଯ୍ୟନ୍ତ ୨ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି ।
ବର୍ତ୍ତମାନ ଏହାରି ଭିତରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ସର୍କୁଲାର ଜାରି କରାଯାଇଛି । ଯେଉଁ ବିଦେଶୀ ନାଗରିକ ଜାନୁଆରୀ ୧୫ ରେ ଚୀନ ଗସ୍ତ କରିଛନ୍ତି ସେମାନେ ନୂଆ ସର୍କୁଲାର ଜାରି ହେବା ପର୍ଯ୍ୟନ୍ତ ଆଉ ଭାରତ ଆସିପାରିବେ ନାହିଁ ।
ଗତ ୫ତାରିଖରେ ପୁର୍ବରୁ ଚୀନ ନାଗରିକଙ୍କୁ ଜାରି କରାଯାଇଥିବା ସମସ୍ତ ଭିସା ରଦ୍ଧ କରାଯାଇଛି । ଏବେ ଡିଜିସିଏର ଆଦେଶ ଅନୁଯାଇ, ଜାନୁଆରୀ ୧୫ କିମ୍ବା ଏହା ପରେ ଚୀନ ଯାଇଥିବା ବିଦେଶୀ ନାଗରିକ ଭାରତ-ନେପାଳ, ଭାରତ-ଭୁଟାନ, ଭାରତ-ମିଆଁମାର, ଏବ ଭାରତ-ବାଂଲାଦେଶ ସୀମା ସହିତ କୌଣସି ବିମାନ, ଜାହାଜ ଦେଇ ଭାରତ ଆସିପାରିବେ ନାହିଁ ।