ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ନୂତନ ସିଏଜି(ମହାଲେଖା ନିୟନ୍ତ୍ରଣକ ଓ ମହାସମୀକ୍ଷକ) ଭାବେ ଆଜି ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଛନ୍ତି ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁର୍ମୁଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଅବସରରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ନଦରେ ଥିବା ଗିରିଶ ଚନ୍ଦ୍ର ମୁର୍ମୁ ଗତ ୫ ତାରିଖରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ମୁର୍ମୁଙ୍କ ସ୍ଥାନରେ ମନୋଜ ସିହ୍ନାଙ୍କୁ ଉପରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଥିଲା । ମୁର୍ମଙ୍କ ଇସ୍ତଫା ପରେ ସେ ସିଏଜି ହେବେ ବୋଲି ଚର୍ଚ୍ଚା ହେଉଥିଲା । ୧୯୮୫ ବ୍ୟାଚ ଗୁଜୁରାଟ କ୍ୟାଡରର ଆଇଏଏସ ଅଧିକାରୀ ଶ୍ରୀ ମୁର୍ମୁ ଓଡିଶାର ମୟୁୁଭଞ୍ଜ ମାଟିର ପୁଅ ।