ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ନାହାନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ । ସେ ସମସ୍ତଙ୍କୁ ଏକାକରୀ ଛାଡି ଚାଲି ଯାଇଛନ୍ତି । କିଡନୀ ଜନିତ ରୋଗରେ ଆକ୍ରାନ୍ତ ଶ୍ରୀ ଚାଟାର୍ଜୀଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା ।
ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ୧୯୬୮ରେ ରାଜନୀତିରେ ପାଦ ଥାପିଥିବା ଶ୍ରୀ ଚାଟାର୍ଜୀ ୧୦ ଥର ଲୋକସଭା ସାଂସଦ ହୋଇଥିଲେ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଲୋକସଭାରେ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଉଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରକାଶ ହେବା ପରେ ସମସ୍ତଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।