ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଅଯୋଧ୍ୟା ରାମଜନ୍ମଭୂମିର ଗର୍ଭଗୃହରେ ଭିତ୍ତିପ୍ରସ୍ତର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କାର୍ଯ୍ୟ ଆରମ୍ଭ ପୂର୍ବରୁ ବୈଦିକ ଆଚାର୍ଯ୍ୟଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି । ଏପର୍ଯ୍ୟନ୍ତ ରାମଲାଲାଙ୍କ ଗର୍ଭଗୃହ ସ୍ଥଳର ପରିସରରେ ଥିବା ଆବର୍ଜନାକୁ ହଟାଯାଉଥିଲା । ଏହାପରେ ଆଜି ଗର୍ଭଗୃହ ସ୍ଥଳରେ ଭିତିପ୍ରସ୍ତର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
ଏନେଇ ରାମ ଜନ୍ମଭୂମିର ପୂଜାରୀ ଆଚାର୍ଯ୍ୟ ସତ୍ୟନ୍ଦ୍ର ଦାସ କହିଛନ୍ତି. ଋାମଲାଲାଙ୍କ ଗର୍ଭଗୃହସ୍ଥଳ ନିକଟରେ କାର୍ଯ୍ୟ ଆରମ୍ଭ କରିଦିଆଯାଇଛି । କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ପୂଜାର୍ଚ୍ଚନା କରଯାଇଛି । ଏହାସହିତ ଗତ ଅଗଷ୍ଟ ୫ ତାରିଖରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଭୂମି ପୂଜନ କରିବା ପରେ ପ୍ରତିଦିନ ଗର୍ଭଗୃହ ସ୍ଥଳରେ ହୋମ ଏବଂ ଦୀପ ଜାଳିବା ପ୍ରକ୍ରିୟା ହୋଇ ଚାଲିଛି ।