ମହୀଶୂର(ଏଟିଆର ବ୍ୟୁରୋ): ଇସ୍ରୋ ପକ୍ଷରୁ ଆସନ୍ତା ୨୦୨୨ରେ ପ୍ରଥମ ଥର ପାଇଁ ମାନବ ଯୁକ୍ତ ଅନ୍ତରୀକ୍ଷ ମିଶନ ଗଗନଯାନ ପଠାଇବା ପାଇଁ ପ୍ରସ୍ତୁତ କରୁଛି । ଏଥିପାଇଁ ଦେଶରୁ ୪ଜଣ ଲୋକଙ୍କୁ ଚୟନ କରିଛି । ସେମାନେ ବାୟୁସେନାର ସଦସ୍ୟ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଥିଲେ । ଏହି ଯାତ୍ରୀ ମାନଙ୍କ ପାଇଁ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ୍ (ଡିଆରଡିଓ) ପକ୍ଷରୁ ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା କରାଯାଇଛି । ମହାକାଶଚାରୀଙ୍କ ଖାଇବା ପାଇଁ ଡିଆରଡିଓ ଏଗ୍ ରୋଲ, ଭେଜ୍ ରୋଲ, ଇଡଲି, ମୁଗ ଡାଲି, ହାଲୱା ଓ ଭେଜ୍ ପୁଲାଓ ପ୍ରସ୍ତୁତ କରିଛି । ଏହି ଖାଦ୍ୟ ଗୁଡିକୁ ଯେପରି ଜିରୋ ଗ୍ରାଭିଟିରେ ମହାକାଶଚାରୀ ଭଲଭାବେ ଏହାକୁ ଖାଇବପାରିବେ ସେନେଇ ବ୍ୟବସ୍ଥା କରାଯାଇଛି ।
For the Indian astronauts scheduled to go into Space in Mission Gaganyan, food items including Egg rolls, Veg rolls, Idli, Moong dal halwa and Veg pulav have been prepared by the Defence Food Research Laboratory, Mysore. Food heaters would also be provided to them. pic.twitter.com/gDgt9BJpb2
— ANI (@ANI) January 7, 2020
ଜିରୋ ଗ୍ରାଭିଟିରେ ଖାଇବା ସମୟରେ ମହାକାଶଚାରୀଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଛି । କେବଳ ସେତିକି ନୁହେଁ ଏହି ଖାଦ୍ୟକୁ ଗରମ କରିବା ପାଇଁ ସେମାନଙ୍କୁ ଫୁଡ ହିଟର ମଧ୍ୟ ପ୍ରଦାନ କରାଯିବ । ଏଥିପାଇଁ ଏକ ସ୍ୱତନ୍ତ୍ର କଣ୍ଟେନର ତିଆରି କରାଯିବ । ଯେଉଁ ଥିରେ ମହାକାଶଚାରୀ ମାନେ ପାଣି ଓ ଜୁସ ପିଇପାରିବେ । ଏହି ଖାଦ୍ୟକୁ ମହୀଶୂର ପ୍ରୟୋଗଶାଳା ରେ ପ୍ରସ୍ତୁତ କରାଯାଇଛି । ଏହି ମହାକାଶଚାରୀ ମାନଙ୍କର ପ୍ରଶିକ୍ଷଣ ଜାନୁଆରୀ ତୃତୀୟ ସପ୍ତାହରେ ଆରମ୍ଭ ହେବ ବୋଲି ଜଣାପଡିଛି ।