ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ପ୍ରଥମ ମାନବ ମିଶନ ଗଗନଯାନ ପାଇଁ ଚୟନ କରାଯାଇଥିବା ୪ ଅନ୍ତରୀକ୍ଷ ଯାତ୍ରୀଙ୍କୁ କିଛି ଦିନ ମଧ୍ୟରେ ପ୍ରଶିକ୍ଷଣ ପାଇଁ ଋଷ ପଠାଯିବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି , ଆଗାମୀ ୧୧ ମାସ ପର୍ଯ୍ୟନ୍ତ ଋଷରେ ଏହି ଯାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ ।
ଜିତେନ୍ଦ୍ର ସିଂହଙ୍କ ଅନୁସାରେ , ଗଗନଯାନ ମିଶନ ପାଇଁ ୧୦ କୋଟି ଟଙ୍କା ଲାଗିବ । ଏହି ମିଶନକୁ ଦେଶର ସ୍ୱାଧୀନତାର ୭୫ତମ ବର୍ଷ ପୂରଣ ହେବା ଅବସରରେ ୨୦୨୨ରେ ଲଞ୍ଚ କରାଯିବ ।
ଋଷରେ ପ୍ରଶିକ୍ଷଣ ପରେ ଚୟନ କରାଯାଇଥିବା ଅନ୍ତରୀକ୍ଷ ଯାତ୍ରୀଙ୍କୁ ଭାରତରେ ବି ପ୍ରଶିକ୍ଷଣ ଦିଆଯିବ । ଏଠାରେ ଇସ୍ରୋ ଦ୍ୱାରା ଡିଜାଇନ୍ କରାଯାଇଥିବା ମଡ୍ୟୁଲର ସଂଚାଳନ ଏବଂ ଏହା ସହିତ କାମ କରିବା ଶିଖାଯିବ ।
ଗଗନଯାନ ମିଶନ ପାଇଁ ଯିବାକୁ ଥିବା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କୁ ବିଶେଷ ଖାଦ୍ୟ ଦିଆଯିବ । ଯେଉଁଥିପାଇଁ ଏକ ସ୍ୱତନ୍ତ୍ର କଂଟେନର ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ଅଣ୍ଡା ରୋଲ, ଭେଜ୍ ରୋଲ, ଇଡିଲି, ମୁଗ ଡାଲି ହାଲୱା ଏବଂ ଭେଜ୍ ପଲାଉ ସାମିଲ ଅଛି । ଏହାବ୍ୟତିତ ଅନ୍ତରୀକ୍ଷଯାତ୍ରୀଙ୍କୁ ପିଇବା ପାଇଁ ପାଣି ଏବଂ ଜୁସ୍ ବି ଦିଆଯିବ ।