ଉତ୍ତରପ୍ରଦେଶ ( ଏଟିଆର ବ୍ୟୁରୋ): ସାହିତ୍ୟ ଠାରୁ ଆରମ୍ଭ କରି କରି ପୁରାଣ ପୋଥି । ସବୁଠି ବନ୍ଧୁର ସ୍ଥାନ ଆଗରେ । କାରଣ ଉପଯୁକ୍ତ ବନ୍ଧୁଟିଏ ସହିତ ଆମେ ଆମର ସବୁ ଦୁଃଖ ସୁଖକୁ ବାଣ୍ଟି ପାରୁ । ମାତ୍ର ଏହି ସବୁ ଭିତରେ ଏମିତି କିିଛି ଜିନିଷ ଓ ଗୋପନ କଥା ରହିଥାଏ ଯାହାକୁ ସାଙ୍ଗମାନଙ୍କ ସହିତ ମଧ୍ୟ ବାଣ୍ଟି ହୋଇ ନଥାଏ । ତେବେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଣୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ସାଙ୍ଗ ମାନଙ୍କ ଭଲ ପାଇବା ପାଇଁ ଜଣେ ସାଙ୍ଗ ତା ସ୍ତ୍ରୀକୁ ସାଙ୍ଗ ମାନଙ୍କୁ ଟେକି ଦେଇଛି । ଏମିତି ଏକ ଘଟଣା ଘଟିିଛି ଉତ୍ତର ପ୍ରଦେଶର ଏଟା ଅଞ୍ଚଳରେ । ସୂଚନା ଅନୁସାରେ ଦାନ କରିଥିବା ସ୍ୱାମୀ ଓ ସ୍ତ୍ରୀ ଉଭୟ କଲେଜରେ ଏକା ଶ୍ରେଣୀରେ ପାଠ ପଢୁଥିଲେ ।
ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା । ପରେ ପ୍ରେମକୁ ସାର୍ଥକ କରିବା ପାଇଁ ଉଭୟ କୋର୍ଟରେ ଆଇନ ଅନୁଯାୟୀ ବିବାହ କରିଥିଲେ । ଗତ ଫେବୃଆରୀ ୨୮ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏଇ ଗତ ଅକ୍ଟୋବର ମାସରେ ଜଣେ ସଂମ୍ପର୍କୀୟଙ୍କ ଘରକୁ ସ୍ୱାମୀ ସ୍ତ୍ରୀ ବୁଲିବାକୁ ଯାଇଥିବା ବେଳେ ସେଠାରେ ସ୍ୱାମୀଙ୍କର ତିନି ଜଣ ସାଙ୍ଗ ପହଞ୍ଚିଥିଲେ । ପରେ ସେମାନେ ସ୍ୱାମୀର ଅନୁମତିରେ ସାରା ରାତି ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିଲେ । ଯାହାକୁ ନେଇ ମହିଳା ଜଣଙ୍କ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ପୋଲିସ ସ୍ୱାମୀକୁ ପଚରା ଉଚରା କରିଛି । ସ୍ୱାମୀର ବୟାନକୁ ଶୁଣି ପୋଲିସ ମୁଣ୍ଡ ବି ଟିଣ ହୋଇ ଯାଇଛି । ସ୍ୱାମୀ ବୟାନରେ କହିଛି ମୋ ସାଙ୍ଗ ମାନଙ୍କର ଏଥିରେ କୌଣସି ଭୁଲ ନାହିଁ । ସେମାନେ ମତେ ବହୁତ ଭଲ ପାଆନ୍ତି । ତାଙ୍କୁ ଖୁସି କରିବା ପାଇଁ ମୁଁ ଏମିତି କରିଛି ।