ବିଶାଖାପାଟଣା ( ଏଟିଆର ବ୍ୟୁରୋ): ବିଶାଖାପାଟଣା ବିଷାକ୍ତ ଗ୍ୟାସ ଲିକ ଘଟଣାରେ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦି ଏକ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ବିଶାଖାପାଟଣା ପରିସ୍ଥିତି ସମ୍ପର୍କରେ ଗୃହ ବିଗାଗ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ଆଲୋଚନା ହୋଇଛି । ସମସ୍ଥଙ୍କ ସୁସ୍ଥତା ଓ ଆରୋଗ୍ୟ କାମନା କରିଛନ୍ତି ।
ସେହିଭଳି ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପରିସ୍ଥିତି ନେଇ ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଆଜି ସକାଳେ ବିଶାଖାପାଟଣାରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଫାର୍ମ କମ୍ପାନୀରୁ ଏହି ଗ୍ୟାସ ଲିକ ହୋଇଛି । ଏହି ବିଷାକ୍ତ ଗ୍ୟାସ ଲିକ ହେବା ଫଳରେ ପାଖାପାଖି କମ୍ପାନୀଠାରୁ ୩ କିଲୋମିଟର ପର୍ୟ୍ୟନ୍ତ ଲୋକ ପ୍ରଭାବିତ ହୋଇଛନ୍ତି ।
ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିସ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ସେମାନଙ୍କୁ ବିଭିନ୍ନ ଅସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ବିଷାକ୍ତ ଗ୍ୟାସ ଲିକ ପାଇଁ ଏବେ ୫ ଟି ଗାଁକୁ ଖାଲି କରାଯାଇଛି । ସ୍ଥାନୀୟ ପ୍ରଶାସନ ଓ ନୌସେନା ଉଦ୍ଧାର କାର୍ୟ୍ୟ ଜାରି ରଖିଛି ।
ପାଖାପାଖି ରାତି ୨.୩୦ ସମୟରେ ଏହି ବିଷାକ୍ତ ଗ୍ୟାସ ଲିକ ହେବା ଆରମ୍ଭ ହୋଇଥିଲା । ସେପଟେ ସୁରକ୍ଷା ଦୃଷ୍ଟିରୁ ଆଖପଖେ ଅଞ୍ଚଳର ଲୋକେ ଘରୁ ପଦାକୁ ନବାହାରିବାକୁ ପ୍ରଶାସନ ନିବେଦନ କରିଛି । ତେବେ ଏହି ବିଷାକ୍ତ ଗ୍ୟାସ କିଭଳି ଲିକ ହେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।