ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ପୋଲିସ ସହିତ ଦୀର୍ଘଦୀନର ଲୁଚକାଳି ଖେଳ ସରିବା ପରେ ଧରାପଡିଛି ବହୁ ଚର୍ଚ୍ଚିତ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଋଷିକେଶ ଦେୱଡିକର । ଝାଡଖଣ୍ଡର ଧନବାଦ ଅଞ୍ଚଳରୁ ଋଷିଙ୍କୁ ଗିରଫ କରିଛି ପୋଲିସ । ସେଠାରେ ସେ ଜଷର ପେଟ୍ରୋଲ ପମ୍ପ ବ୍ୟବସାୟୀଙ୍କ ପେଟ୍ରୋଲ ପମ୍ପରେ ନିଜ ନାମ ଲୁଚାଇ ସେଠାରେ ତେଲ ପକାଇବାର କାର୍ଯ୍ୟ କରୁଥିଲେ । ଏନେଇ ପୁଲିସକୁ ବିଶେଷ ସୂତ୍ରରୁ ଖବର ମଳିବା ପରେ ପୋଲିସ ସେଠାରୁ ତାଙ୍କୁ ଗିରଫ କରିଛି ।
ଗତ ଆଠ ମାସ ହେଲା ପରିଚୟ ଲୁଚାଇ ପେଟ୍ରୋଲ ପମ୍ପରେ ସେ କାର୍ଯ୍ୟ କରି ଆସୁଥିଲା । ସେହି ପେଟ୍ରୋଲ ପମ୍ପ ଉପରେ ପୋଲିସ କିଛିଦିନ ହେଲା ନଜର ରଖି ଆସୁଥିଲା । ଏନେଇ ପୋଲିସ ନିଶ୍ଚିନ୍ତ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ୨୦୧୭ ମସିହା ସେପ୍ଟେମ୍ବର ୫ ତାରିଖରେ ସାମ୍ବାଦିକା ଗୌରୀ ଲଙ୍କଶଙ୍କର ଗୁଳି କରି ହତ୍ୟା କରାଯାଇଥିଲା । ଏନେଇ ପୋଲିସର ଛାନଭିନ ପରେ ୠଷିର ନାଁ ସାମ୍ନାକୁ ଆସିଥିଲା । ହତ୍ୟା ପରଠାରୁ ଋଷି କୁଆଡେ ଫେରାର ହୋଇଯାଇଥିଲା । ଏହି ଘଟଣାରେ ପୂର୍ବରୁ ୧୭ ଜଣଙ୍କୁ ଗିରଫ କରାଯାଇଛି ।