ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ ): ଖେଳ ପଡିଆରେ ସବୁବେଳେ ବଲକୁ ସାମ୍ନା କରୁଥିବା ଗୌତମ ଗମ୍ଭୀର ଏଥର ଖେଳିବେ ପଲଟିକାଲ ଗେମ । ଏଥର ବ୍ୟାଟ ବଲ ନୁହେଁ ଇଭିଏମରେ ହେବ ଖେଳ । କ୍ରିକେଟରରୁ ରାଜନୀତିକୁ ଆସିଥିବା ଗୌତମ ଗମ୍ଭୀର ଚଳିତ ଥର ବିଜେପି ଟିକେଟରୁ ପୂର୍ବ ଦିଲ୍ଲୀରୁ ଲୋକସଭା ଆସନରୁ ହେଉଛନ୍ତି ପ୍ରାର୍ଥୀ । ଗମ୍ଭୀର ଗତ ମାସରେ ବିଜେପିରେ ଯୋଗଦେଇଥିଲେ । ତେବେ ଦଳ ଏଥର ତାଙ୍କ ଉପରେ ଭରଷା କରିଛି ।
ମହେଶ ଗିରିଙ୍କ ପରିବର୍ତ୍ତେ ଦଳ ତାଙ୍କ ଉପରେ ସେଠାରେ ଆଶା ପ୍ରକଟ କରିଛି । କଂଗ୍ରେସର ଅରବିନ୍ଦର ସିଂ ଓ ଆପର ଅତୀଶଙ୍କ ବିପକ୍ଷରେ ଗୌତମ ମୈଦାନକୁ ଓହ୍ଲାଇଛନ୍ତି । ଖେଳ ପଡିଆରେ ଗୌତମଙ୍କ ଧୂଆଁଧାର ବ୍ୟାଟିଂ ପଲଟିକାଲ ପଡିଆରେ କେମିତି ରହିବ ତାଙ୍କର ଆଭିମୂଖ୍ୟ ତାକୁ ନେଇ ଏବେ ଚାରିଆଡେ ଲାଗିରହିଛି ଚର୍ଚ୍ଚା । ବିପକ୍ଷ ବୋଲରଙ୍କୁ ଧରାଶାୟୀ କରୁଥିବା ଗୌତମ ରାଜନୀତିରେ ନୀଜ ପ୍ରତିଦ୍ୱନ୍ଦିଙ୍କୁ କେମିତି ସାମ୍ନା କରିବେ ତାକୁ ନେଇ ଚାଲିଛି ଆଲୋଚନା । ସୂଚନାଯୋଗ୍ୟ ଗତ ରବିବାର ବିଜେପି ଦିଲ୍ଲୀର ୭ ଟିରୁ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ନୂଆଦିଲ୍ଲୀ ପାଇଁ ବରିଷ୍ଠ ନେତ୍ରୀ ଲେଖି ଓ ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀଙ୍କ ପ୍ରାର୍ଥୀ କରିଛି ।