ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସିବିଏସଇ ପକ୍ଷରୁ ଶିକ୍ଷା ବାଣୀ ନାମରେ ଏକ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ମାଧ୍ୟମରେ ସାରା ଦେଶର ଶିକ୍ଷକ ଏବଂ ଅବିଭାବକଙ୍କ ମୋବାଇଲରେ ଛାତ୍ର ଛାତ୍ରୀଙ୍କ ଗତିବିଧିକୁ ଅନଲାଇନ୍ ଯୋଗେ ଅପଡେଟସ୍ ପାଇପାରିବେ । ଦେଶରେ ଏଭଳି ସୁବିଧା ପ୍ରଥମ ଥର ପାଇଁ ହେବାକୁ ଯାଉଛି ।
ସେଥିପାଇଁ ବୋର୍ଡ ପକ୍ଷରୁ ‘ଶିକ୍ଷା ବାଣୀ’ ନାମକ ଏକ ମୋବାଇଲ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ଯୋଗେ ସ୍ମାର୍ଟ ଫୋନ୍ ରେ ସମସ୍ତ ଛାତ୍ର ଛାତ୍ରୀଙ୍କ ଗତିବିଧି ଉପଲବ୍ଧ ହେବ । ଏଥିରେ ବୋର୍ଡ ପକ୍ଷରୁ ଅଡିଓ କ୍ଲିପ୍ ମାଧ୍ୟମରେ ବିଶେଷ ସୂଚନା ପ୍ରଦାନ କରାଯିବ ।
ଏହି ଆପ୍ କୁ ଉପଯୋଗ କରିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ପ୍ରଧାନଶିକ୍ଷକ, ଶିକ୍ଷକ, ପରୀକ୍ଷକ, ଆଞ୍ଚଳିକ ଅଧିକାରୀ ଆଦିଙ୍କୁ ନିଜ ରେଜିଷ୍ଟର ମୋବାଇଲ ନମ୍ବର ପକାଇ ଏଣ୍ଟ୍ରି କରିବାକୁ ହେବ । ମାତ୍ର ଅବିଭାବକ, ଛାତ୍ର ଏବଂ ସାଧାରଣ ଜନତାଙ୍କ ପାଇଁ ଏଭଳି ନିୟମ ନାହିଁ । ସେମାନଙ୍କୁ କେବଳ ଆପ୍ ଡାଉନଲୋଡ କରିବା ପରେ ଅବିଭାବକ, ଛାତ୍ର ଏବଂ ଜନତାଙ୍କ ପାଇଁ ଅଲଗା ଦିଆଯାଇଥିବା ଅପସନ୍ କୁ ଦବାଇବାକୁ ପଡିବ । ଏଠାରେ ଅପଲୋଡ ହୋଇଥିବା ସମସ୍ତ ଅଡିଓ ଶୁଣିପାରିବେ ।