ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଲପିଜି ସିଲିଣ୍ଡର ଦର ବୃଦ୍ଧି ମଧ୍ୟରେ ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର ନେଇ ଆସିଛି ପେଟିଏମ । ଯଦି ଆପଣ ଏହି ଅଫର୍ ବ୍ୟବହାର କରିବେ ତେବେ ଆପଣଙ୍କ ଗ୍ୟାସ ସିଲିଣ୍ଡରର ଦର ଯେତିକି ଥିବ ସେତିକି ଟଙ୍କା ଆପଣଙ୍କୁ ଫେରସ୍ତ ମିିଳିଯିବ , ଅର୍ଥାତ୍ ଆପଣଣଙ୍କୁ ମାଗଣାରେ ମିଳିବ ସିଲିଣ୍ଡର । ଏହି ଅଫରର ସୁବିଧା ଉଠାଇବାକୁ ହେଲେ ଆପଣଙ୍କୁ ପେଟିଏମ ଆପ୍ ଡାଉନଲୋଡ କରି ଗ୍ୟାସ ବୁକିଂ କରିବାକୁ ହେବ । ଜାନୁଆରୀ ୩୧ ପର୍ଯ୍ୟନ୍ତ ଏହି ଅଫରର ଭ୍ୟାଲିଡିଟି ରହିଛି ।
ଯଦି ଆପଣ ଏହି ଅଫରର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ଖୁବ୍ ଶୀଘ୍ର ଆପ୍ ଡାଉନଲୋଡ କରି ଗ୍ୟାସ ବୁକିଂ କରନ୍ତୁ । ଧ୍ୟାନ ରଖିଥିବେ କି ଏହି ଅଫର୍ କେବଳ ସେହି ଲୋକଙ୍କ ପାଇଁ ଯେଉଁମାନେ ପେଟିଏମରୁ ପ୍ରଥମ ଥର ଗ୍ୟାସ ବୁକିଂ କରିବେ । ଯଦି ଆପଣ ପେଟିଏମ ରୁ ଗ୍ୟାସ ବୁକିଂ କରି ପ୍ରୋମୋ କୋଡ ବ୍ୟବହାର କରିବେ ତେବେ ସିଲିଣ୍ଡରର ପୁରା ଦାମ୍ ଆପଣଙ୍କ ଆକାଉଣ୍ଟଓ କୁ ଟ୍ରାନ୍ସଫର ହୋଇଯିବ । ଏଥିପାଇଁ ବିିଭିନ୍ନ ଗ୍ୟାସ କମ୍ପାନୀ ସହିତ ଡିଲ କରିଛି ପେଟିଏମ ।
ତେବେ ଏଭଳି ଉଠାନ୍ତୁ ଅଫରର ଫାଇଦା:
– ଯଦି ଆପଣଙ୍କ ଫୋନ୍ ରେ ପେଟିଏମ ନାହିଁ ତେବେ ପ୍ରଥମେ ଡାଉନଲୋଡ କରନ୍ତୁ ପେଟିଏମ ଆପ୍ ।
– ଏହାପରେ ଆପ୍ ର ରିଚାର୍ଜ ଏବଂ ପେବିଲ୍ କୁ ଯାଆନ୍ତୁ ।
– ଏଥିରେ ସିଲିଣ୍ଡର ଅପ୍ସନ ଖୋଲନ୍ତୁ ।
– ଭାରତ ଗ୍ୟାସ, ଏଚପି ଗ୍ୟାସ ଏବଂ ଇଣ୍ଡିଆନ୍ ଗ୍ୟାସ ମଧ୍ୟରୁ ନିଜ ଗ୍ୟାସ ପ୍ରୋଭାଇଡର ଚୟନ କରନ୍ତୁ ।
– ଏଥିରେ ରେଜିଷ୍ଟର୍ଡ ମୋବାଇଲ ନଂ ବା ନିଜର ଏଲପିଜି ଆଇଡି ଦିଅନ୍ତୁ ।
– ଏହାପରେ ଆପଣଙ୍କୁ ପେମେଣ୍ଟ ଅପ୍ସନ ନଜରକୁ ଆସିବ । ପେମେଣ୍ଟ କରିବା ପୂର୍ବରୁ ଅଫରରେ ଫାଷ୍ଟଏଲପିଜି ପ୍ରୋମୋ କୋଡ ଦିଅନ୍ତୁ ।
– କ୍ୟାଶବ୍ୟାକ୍ ପାଇଁ ପେମେଣ୍ଟ କରିବା ସମୟରେ ମିଳିଥିବା ସ୍କ୍ରାଚ୍ କାର୍ଡ କୁ ଖୋଲିବାକୁ ହେବ ।
– ବୁକିଂ ର ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ କ୍ୟାଶବ୍ୟାକ ର ସ୍କ୍ରାଚ କାର୍ଡ ମିଳିଯିବ ।
– ୭ ଦିନ ଭିତରେ ଏହି ସ୍କ୍ରାଚ୍ କାର୍ଡକୁ ବ୍ୟବହାର କରିବାକୁ ହେବ ।