ଦଶର୍କ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆପଣଙ୍କୁ ଡ୍ରାଇଭିଙ୍ଗ ଟେଷ୍ଟ ଦେବାକୁ ପଡିଥାଏ । ଡ୍ରାଇଭିଙ୍ଗ ଟେଷ୍ଟରେ ପାସ୍ ହେବା ପରେ ଯାଇ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ବା ଡିଏଲ ଦିଆଯାଇଥାଏ । ଏଥିରୁ ଜଣାପଡିଥାଏ କି ଡିଏଲ ବା ଆବେଦନ କରିଥିବା ବ୍ୟକ୍ତିଙ୍କୁ ଗାଡି ଚଲାଇ ଆସୁଛି କି ନାହିଁ । ସେହିପରି ଯଦି କୌଣସି ଆବେଦନକାରୀ ଏହି ପରୀକ୍ଷାରେ ଫେଲ୍ ହୋଇଯାଇଥାନ୍ତି ତେବେ ତାଙ୍କୁ ଡିଏଲ ମିଳେ ନାହିଁ । କିନ୍ତୁ ଆଗାମୀ ଦିନରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନକାରୀଙ୍କୁ ପରୀକ୍ଷା ଦେବା ଝଞ୍ଜଟରୁ ଛୁଟକାରା ମିଳିପାରେ ।
ବାସ୍ତବରେ କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏହି ଦିଗରେ ଏକ ବିଜ୍ଞପ୍ତି ଜାରି କରି ଲୋକଙ୍କ ପରାମର୍ଶ ଲୋଡିଛି । ସବୁଠାରୁ ଖାସ୍ କଥା ହେଉଛି ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କୁ ବିନା ଟେଷ୍ଟରେ ଡ୍ରାଇଭିଂ ଲାଇସେନ୍ସ କେବଳ ସେତେବେଳେ ଦିଆଯିବ । ଯେତେବେଳେ ସେ କୌଣସି ମାନ୍ୟତାପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରୁ ଡ୍ରାଇଭିଂ ଶିଖିଥିବେ । ଏହାପରେ ଯାଇ ତାଙ୍କୁ ଡିଏଲ ପାଇଁ ଯୋଗ୍ୟ ମନା ଯିବ ଏବଂ ତାଙ୍କୁ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ ନାହିଁ ।
ପ୍ରତ୍ୟେକଦିନ ଆରଟିଓ ଅଫିସରେ ଡିଏଲ ପାଇଁ ହଜାର ହଜାର ସଂଖ୍ୟାରେ ଆବେଦନ ହୋଇଥାଏ । ଏକାସଙ୍ଗରେ ଏତେ ମାତ୍ରାରେ ଆସୁଥିବା ଆବେଦନକାରୀଙ୍କ ଡ୍ରାଇଭିଂ ଟେଷ୍ଟ କରିବା କଷ୍ଟକର ହୋଇପଡିଥାଏ । ଏହାସହିତ ଡିଏଲ ପାଇଁ ଅନେକ ସମୟ ଲାଗିଯାଇଥାଏ । ସେଥିପାଇଁ ଯଦି ଆବେଦନକାରୀ ପୂର୍ବରୁ କୌଣସି ମାନ୍ୟତାପ୍ରାପ୍ତ ଟ୍ରେନିଙ୍ଗ ସେଣ୍ଟରରୁ ଡ୍ରାଇଭିଂ ଶିଖିଥିବେ ତେବେ ତାଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ପାଇବାର ପ୍ରୋସେସ ସହଜ ହୋଇଯିବ ।
ସେହିପରି କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର୍ସର ମାନ୍ୟତାକୁ ନେଇ କିଛି ନିୟମ ଅଣାଯାଇପାରେ । ବାସ୍ତବରେ ଏହି ନିୟମ ପାଳନ କରିବା ପରେ ହିଁ ଯାଇ ଡ୍ରାଇଭିଂ ଟ୍ରେନିଙ୍ଗ ସେଣ୍ଟର୍ସକୁ ମାନ୍ୟତା ଦିଆଯିବ ।