ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିମାନ ଯାତ୍ରୀଙ୍କ ପାଇଁ ମହଙ୍ଗାମାଡ । ଆଜ୍ଞା ହଁ ଏଣିକି ବିମାନ ଯାତ୍ରା ହୋଇପାରେ ମହଙ୍ଗା । ୧ ଜୁନ୍ ରୁ ଘରୋଇ ବିମାନ ଭଡା ବୃଦ୍ଧି କରିବାର ନିଷ୍ପତି କରିଛନ୍ତି ସରକାର । ବିମାନ ଭଡାର ନିମ୍ନ ସୀମା ରେ ୧୩ ରୁ ୧୬ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର ।
ବାସ୍ତବରେ କରୋନାର ଦ୍ୱିତୀୟ ଲହରରେ ବହୁତ ମାତ୍ରାରେ ବିମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ଘଟିଛି । ଯାହାଦ୍ୱାରା ବିମାନ କମ୍ପାନୀଗୁଡିକର ଆୟରେ ହ୍ରାସ ଘଟିଛି । ଏଭଳି ସ୍ଥିତିରେ ବିମାନ କମ୍ପାନୀଗୁଡିକୁ ସହାୟତା କରିବା ପାଇଁ ସରକାର ଏଭଳି ନିଷ୍ପତି ନେଇଛନ୍ତି ।
ବିମାନ ଉଡ଼ାଣ ଅବଧି ଉପରେ ଆଧାର କରି ବିମାନ ଯାତ୍ରା ଉପରେ ନିମ୍ନ ଏବଂ ଉଚ୍ଚ ସୀମା ସ୍ଥିର କରାଯାଇଛି । ମେ ୨୦୨୦ ରେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ବିମାନକୁ ସାତୋଟି ଶ୍ରେଣୀରେ ବିଭକ୍ତ କରିଥିଲା । ଏହା ମୂଲ୍ୟ ବ୍ୟାଣ୍ଡ ଯାତ୍ରା ସମୟ ଉପରେ ଆଧାରିତ । ଏହା ଅଧୀନରେ ୪୦ ମିନିଟ୍, ୪୦-୬୦ ମିନିଟ୍, ୬୦-୯୦ ମିନିଟ୍, ୯୦-୧୨୦ ମିନିଟ୍, ୧୨୦-୧୫୦ ମିନିଟ୍, ୧୫୦-୧୮୦ ମିନିଟ୍, ୧୮୦-୨୧୦ ମିନିଟ୍ ପର୍ୟ୍ୟନ୍ତ ଯାତ୍ରା ଅବଧି ଆଧାରରେ ଭଡା ସ୍ଥିର କରାଯାଇଥିଲା ।
ଆସନ୍ତୁ ଜାଣିବା ନୂଆ ମୂଲ୍ୟ ବ୍ୟାଣ୍ଡ ବର୍ତ୍ତମାନ କେତେ ହେବ:
୪୦ ମିନିଟ୍ ପର୍ୟ୍ୟନ୍ତ ଯାତ୍ରା ପାଇଁ ମୂଲ୍ୟ ବ୍ୟାଣ୍ଡ ହେଉଛି ୨୬୦୦ ରୁ ୭୮୦୦ ଟଙ୍କା ।
୪୦ ରୁ ୬୦ ମିନିଟର ଯାତ୍ରା ପାଇଁ ମୂଲ୍ୟ ବ୍ୟାଣ୍ଡ ହେଉଛି ୩୩୦୦ ରୁ ୭୮୦୦ ଟଙ୍କା ।
୬୦ ରୁ ୯୦ ମିନିଟର ଯାତ୍ରା ପାଇଁ ମୂଲ୍ୟ ବ୍ୟାଣ୍ଡ ହେଉଛି ୪୦୦୦ ରୁ ୧୧୭୦୦ ଟଙ୍କା ।
୯୦ ରୁ ୧୨୦ ମିନିଟର ଯାତ୍ରା ପାଇଁ ମୂଲ୍ୟ ବ୍ୟାଣ୍ଡ ହେଉଛି ୪୭୦୦ ରୁ ୧୩୦୦୦ ଟଙ୍କା ।
୧୨୦ ରୁ ୧୫୦ ମିନିଟର ଯାତ୍ରା ପାଇଁ ମୂଲ୍ୟ ବ୍ୟାଣ୍ଡ ୬୧୦୦ ରୁ ୧୬୯୦୦ ଟଙ୍କା ।
୧୫୦ ରୁ ୧୮୦ ମିନିଟର ଯାତ୍ରା ପାଇଁ ମୂଲ୍ୟ ବ୍ୟାଣ୍ଡ ହେଉଛି ୭୪୦୦ ରୁ ୨୦୪୦୦ ଟଙ୍କା ।
୧୮୦ ରୁ ୨୧୦ ମିନିଟ୍ ପର୍ୟ୍ୟନ୍ତ ଯାତ୍ରା ପାଇଁ ମୂଲ୍ୟ ବ୍ୟାଣ୍ଡ ହେଉଛି ୮୭୦୦ ରୁ ୨୪୨୦୦ ଟଙ୍କା ।