ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗତ କିଛି ଦିନ ମଧ୍ୟରେ ହୁହୁ ହୋଇ ସୁନା ଦର ବଢିଚାଲିଥିଲା । ସୁନାଦର ଏତେ ମାତ୍ରାରେ ବଢିଲା ଯେ ଶେଷରେ ୬ବର୍ଷରେ ସର୍ବାଧିକ ସୁନାଦର ବଢି ରେକର୍ଡ କରିଥିଲା ।
ସୁନାର ଦର ଏଭଳି ବଢିବାରୁ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢିଯାଇଥିଲା । କିନ୍ତୁ ବର୍ତ୍ତମାନ ସୁନାର ଦାମ କମିଛି । ଏହା ସୁନା କିଣିବାକୁ ଚିନ୍ତା କରୁଥିବା ଗ୍ରାହକ ମାନଙ୍କ ପାଇଁ ନିଶ୍ଚିତ ଭାବରେ ଏକ ଭଲ ଖବର ।
ସୁଚନା ଅନୁସାରେ ସୁନାଦର ୧୦ଗ୍ରାମ ପିଛା ୧ହଜାର ୪୦୦ଟଙ୍କା କମିଛି । ଦିଲ୍ଲୀର ସରଫା ବଜାର ସହିତ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ରେ ମଧ୍ୟ ସୁନା ଦର ହ୍ରାସ ପାଇଛି ।
ପୁର୍ବରୁ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ୍ୟ ପରିସ୍ଥିତି ସୃଷ୍ଟି ହେବା ଫଳରେ ଆନ୍ତର୍ଜାତୀୟ ମାର୍କେଟରେ ସୁନା ଦର ବୃଦ୍ଧି ପାଇଥିଲା । କିନ୍ତୁ ବର୍ତ୍ତମାନ ଇନାନ-ଆମେରିକା ମଧ୍ୟରେ ସ୍ଥିତି ସାମାନ୍ୟ ହେବାରୁ ସୁନା ଦର ହ୍ରାସ ପାଇଛି ।