ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି ପ୍ରକୋପକୁ ରୋକିବା ଏବଂ ଲୋକଙ୍କୁ ସତକର୍ତ୍ତା କରିବା ପାଇଁ ଗୁଗଲ ପକ୍ଷରୁ ଏକ ଏଜୁକେସନାଲ କରୋନା ଭାଇରସ ୱେବସାଇଟ ଲଞ୍ଚ କରାଯାଇଛି । ଏଥିରେ ମହାମାରୀ ବିଷୟରେ ସୁରକ୍ଷା ଏବଂ ଆଧିକାରିକ ସୂଚନା ଦିଆଯିବ । ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ଦାବି କରିଥିଲେ କି, କରୋନା ଭାଇରସ ପାଇଁ ଗୁଗଲ ଏକ ସ୍କ୍ରିନିଂ ୱେବସାଇଟ୍ ତିଆରି କରିବ । ଯାହା ଲୋକଙ୍କୁ ଟେଷ୍ଟିଂ ସାଇଟ୍ ପାଇଁ ନିର୍ଦ୍ଦେଶିତ କରିବ ।
ଏକ ବ୍ଲଗ ପୋଷ୍ଟରେ ଗୁଗଲ କହିଛି କି, ୱେବସାଇଟ ଗୁଗଲ ଡଟ୍ କମ୍/କୋଭିଡ୧୯ ଶିକ୍ଷା, ରୋକିବା ଏବଂ ସ୍ଥାନୀୟ ସଂସାଧନ ଉପରେ କେନ୍ଦ୍ରିତ । ଏହି ୱେବସାଇଟରୁ ଲୋକ କୋଭିଡ୧୯ ସହ ସମ୍ବନ୍ଧିତ ରାଜ୍ୟ ଅଧାରିତ ସୂଚନା, ସୁରକ୍ଷା ଏବଂ ରୋକବାର ଉପାୟ ଏବଂ ସମାଧାନ ବିଷୟରେ ଜାଣି ପାରିବେ ।
କମ୍ପାନୀ ପକ୍ଷରୁ ଆହୁରୀ ମଧ୍ୟ କୁହାଯାଇଛି କି, ଆମେରିକା ରେ ଏହି ସାଇଟ୍ କୁ ଆଜି ଲଞ୍ଚ କରି ଦିଆଯାଇଛି । ଆଗାମୀ ଦିନରେ ଏହି ସାଇଟ୍ ଆହୁରି ଅଧିକ ଭାଷା ଏବଂ ଦେଶରେ ଉପଲବ୍ଧ ହେବ ।