ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନେକ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଗୁଗଲ ମ୍ୟାପ୍ ବ୍ୟବହାର କରିଥାନ୍ତି । ଯଦି ଆପଣ ବି ଗୁଗଲ ମ୍ୟାପ ବ୍ୟବହାର କରୁଛନ୍ତି ତେବେ କିଛି ତଥ୍ୟ ବିଷୟରେ । Alphabet Inc ୟୁନିଟର କହିବାନୁଯାୟୀ, ଆଗାମୀ ଦିନରେ କୋଭିଡ୧୯ ସହ ଜଡିତ ଯାତ୍ରା ପ୍ରତିବନ୍ଧକର ଅଲର୍ଟ ଆପଣଙ୍କୁ ଗୁଗଲ ମ୍ୟାପ ଜରିଆରେ ମିଳିବ । ଯାହାଦ୍ୱାରା ଗ୍ରାହକଙ୍କୁ ସେହି ହିସାବରେ ନିଜ ଟ୍ରିପ୍ ପ୍ଲାନ କରିବାରେ ସହାୟକ ହେବ ।
ଗୁଗଲର କହିବାନୁଯାୟୀ,ଆଗାମୀ ଅପଡେଟ ଜରିଆରେ ୟୁଜର୍ସ ସହଜରେ ଜାଣିପାରିବେ କି କୌଣସି ଖାସ୍ ସମୟରେ କେଉଁ ଷ୍ଟେସନରେ କେତେ ଭିଡ ରହିଛି ଏବଂ ଲିମିଟେଡ ସେଡ୍ୟୁଲରେ ଏକ ନିଶ୍ଚିତ ରୁଟ୍ ରେ କେତେ ବସ୍ ଚାଲୁଛି ।
କମ୍ପାନୀ ତାର ଏକ ବ୍ଲଗରେ କହିଛି କି ଟ୍ରାଞ୍ଜିଟ୍ ଅଲର୍ଟ ଫିଚର ଭାରତ, ଆର୍ଜେଟିନା, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ଆମରିକା ଏବଂ ବିଟ୍ରେନ ସମେତ ଅନ୍ୟ ଦେଶମାନଙ୍କରେ ରୋଲ ଆଉଟ କରାଯିବ ।
ସୂଚନାଯୋଗ୍ୟ ପାଖାପାଖି ଏକ ବିଲିୟନ ୟୁଜର୍ସ ପ୍ରତ୍ୟେକ ମାସରେ ଗୁଗଲର ମାଗଣା ନେଭିଗେସନ ଆପ୍ସ ବ୍ୟବହାର କରୁଛନ୍ତି ।