ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ଟେକ୍ନୋଲଜି ଦୁନିଆରେ ନିଜକୁ ପରିବର୍ତ୍ତନ କରିବା ନିହାତି ଜରୁରୀ । ନଚେତ୍ ଆପଣ ପଛୁଆ ରହିଯିବେ । ସେଥିପାଇଁ ଦୁନିଆର ସବୁଠାରୁ ପୁରୁଣା ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ଗୁଗଲ ଲଗାତର ଭାବେ ୟୁଜର୍ସ ମାନଙ୍କ ପାଇଁ ନୂଆ ନୂଆ ଆପ୍ ମାନ ଲଞ୍ଚ କରିଥାଏ । ଏହାସହିତ ନୂତନ ଫିଚର୍ସ ଆଗତ କରିଥାଏ ।
କେବଳ ଏତିକି ନୁହେଁ ଗୁଗଲ ତାର ସମସ୍ତ ଆପ୍ କୁ ଲଗାତର ଭାବେ ଅପଡେଟ୍ କରି ନୂତନ ଫିଚର ମାନ ଆଡ୍ କରିଥାଏ । ସେପଟେ ଲୋକଙ୍କ ସୁରକ୍ଷା ପାଇଁ ଗୁଗଲ ତାର ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଆପ୍ ଗୁଗଲ ପ୍ଲସରେ ଏକ ଖାସ୍ ଫିଚର ଆଡ କରିଛି । ଆଜ୍ଞା ହଁ ସର୍ଚ୍ଚ ଇଞ୍ଜିନ୍ ଗୁଗଲ ତାର ୟୁଜର୍ସ ମାନଙ୍କ ପାଇଁ ଗୁଗଲ ପ୍ଲସରେ ସ୍ପିଡୋମିଟର ନାମକ ଫିଚର ଦେଇଛି । ଏହି ଫିଚର ସାହାର୍ଯ୍ୟରେ ଆପଣ ଜାଣିପାରିବେ କି କେତେ ସ୍ପିଡ୍ ରେ ଆପଣ ଗାଡି ଚଲାଉଛନ୍ତି । ଏହାପୂର୍ବରୁ ଗୁଗଲ ପକ୍ଷରୁ ସ୍ପିଡ୍ ଲିମିଟ୍ ଫିଚର ଆଡ୍ କରାଯାଇଥିଲା ।
ପ୍ରକୃତରେ ସ୍ପିଡ୍ ଏବଂ ସ୍ପିଡ୍ ରିପୋଟିଂ ଫିଚରକୁ ଗୁଗଲ ପାଖାପାଖି ୨ ବର୍ଷ କାଳ ପରୀକ୍ଷା କରିଥିଲା । ଏହାପରେ ଭାରତ ସମେତ ୪୦ ଦେଶରେ ଏହି ଫିଚରକୁ ଲଞ୍ଚ କରାଯାଇଛି ।
ସେପଟେ ଗୁଗଲ ପ୍ଲସର ଏହି ନୂତନ ଫିଚର ସ୍ପିଡୋମିଟର ଆପଣଙ୍କୁ ଟ୍ରାଫିକ୍ ପୋଲିସ ଏବଂ ଫାଇନ୍ ଗଣିବାରୁ ରକ୍ଷା କରିପାରିବ । ଆପଣ କେଉଁ ରାସ୍ତାରେ ଏବଂ କେତେ ସ୍ପିଡ୍ରେ ଯାଉଛନ୍ତି ସବୁକିଛି ଏହି ଫିଚର ଦ୍ୱାରା ଆପଣ ଜାଣିପାରିବେ । ଏହାସହିତ ଗାଡି ସ୍ପିଡ୍ ଅଧିକ ହେଲେ ଏହି ଆପ୍ ଆପଣଙ୍କୁ ଆଲର୍ଟ ମଧ୍ୟ କରାଇବ । ଯାହାଦ୍ୱାରା ଆପଣ ଜାଣି ପାରିବେ କି ସୀମିତ ରଖିଥିବା ସ୍ପିଡ୍ ରୁ କେତେ ସ୍ପିଡ୍ ରେ ଆପଣ ଗାଡି ଚଲାଉଛନ୍ତି । ହୁଏତ ଏହା ଆପଣଙ୍କ ଫୋନ୍ ର ନେଟୱାର୍କ ଉପରେ ନିର୍ଭର କରିଥାଏ । ଯଦି ଆପଣଙ୍କ ଫୋନ୍ ନେଟୱାର୍କ ସ୍ଲୋ ଥିବ ତେବେ ଏହା ଟିକେ ସ୍ଲୋ କାମ କରିବ ।
ଏଭଳି କାମ କରିବ ଏହି ଫିଚର:
– ସେଥିିପାଇଁ ସର୍ବପ୍ରଥମେ ୟୁଜର୍ସଙ୍କୁ ଗୁଗଲ ପ୍ଲସ ଖୋଲିବାକୁ ହେବ ।
– ଏହାପରେ ୟୁଜର୍ସଙ୍କୁ ଗୁଗଲ ପ୍ଲସର ସେଟିଂକୁ ଯିବାକୁ ପଡିବ ।
– ଯେତେବେେଳେ ୟୁଜର୍ସ ନେଭିଗେସନ ସେଟିଂରେ ଯାଇ ପହଁଚିବେ ସେତେବେଳେ ତାଙ୍କୁ ଡ୍ରାଇଭିଂ ଅପସନ୍ ଦେଖାଯିବ ।
– ଏହାପରେ ୟୁଜର୍ସ ଡ୍ରାଇଭିଂ ଅପସନ୍ କୁ ଯାଇ ସ୍ପିଡୋମିଟର ଫିଜରକୁ ଅନ୍ ଏବଂ ଅଫ୍ କରି ପାରିବେ । ଏହାବ୍ୟତିତ ଗୁଗଲ୍ ପ୍ଲସର ୟୁଜର୍ସ ପ୍ଲସ ଆଇକନ ଉପରେ ଟ୍ୟାପ କରି ଦୁର୍ଘଟଣାର ରିପୋର୍ଟ କରିପାରିବେ ।