ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିପ୍ଟୋକରେନ୍ସି ଏବଂ ଏହା ସମ୍ବନ୍ଧୀୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ସୂତ୍ର ମୁତାବକ ଏହି ବୈଠକରେ ସ୍ପଷ୍ଟ କରାଯାଇଛି କି ଯେ ଉଚ୍ଚ-ଲାଭ ଏବଂ ବିଜ୍ଞାପନ ମାଧ୍ୟମରେ ଯୁବକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା ବନ୍ଦ କରାଯିବା ଉଚିତ୍। ବୈଠକରେ ଏହା ମଧ୍ୟ ଆଲୋଚନା କରାଯାଇଛି ଯେ ଅନିୟମିତ କ୍ରିପ୍ଟୋ ବଜାରକୁ ଅର୍ଥ ହେରଫେର ତଥା ଆତଙ୍କବାଦ ପାଣ୍ଠିର ଉତ୍ସ ହେବାକୁ ଦିଆଯାଇପାରିବ ନାହିଁ।
ଏହା ଏକ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ବୋଲି ସରକାର ଅବଗତ ଅଛନ୍ତି ତେଣୁ ସରକାର ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଏ ବାବଦରେ ଅନେକ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ଗ୍ରହଣ କରିବେ ବୋଲି ବୈଠକରେ ଆଲୋଚନା କରାଯାଇଛି। ଏହି ପ୍ରସଙ୍ଗରେ ପ୍ରଗତିଶୀଳ ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ବୈଠକରେ ଆଲୋଚନା କରାଯାଇଛି। ସରକାର ଏହି ପ୍ରସଙ୍ଗରେ ବିଶେଷଜ୍ଞ ଏବଂ ହିତାଧିକାରୀଙ୍କ ସହ କଥାବାର୍ତ୍ତା ଜାରି ରଖିବେ।