ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫାସଟାଗ୍ କୁ ନେଇ ସରକାରଙ୍କ ପକ୍ଷରୁ ଗାଡି ମାଲିକମାନଙ୍କୁ ଆଶ୍ୱସ୍ତି ମିଳିଛି । ଏଣିକି ଦେଶର ସମସ୍ତ ଚାରିଚକିଆ ଗାଡି ର ଫାସଟାଗ୍ ଡେଡଲାଇନକୁ ୧୫ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଏନଏଚଏଆଇ ପକ୍ଷରୁ କୁହାଯାଇଥିଲା କି ଜାନୁଆରୀ ପହିଲାରୁ କ୍ୟାଶ ଟୋଲ କଲେକ୍ସନ ବନ୍ଦ ହୋଇଯିବ । କିନ୍ତୁ ଏବେ ଏହାର ସମୟସୀମା ବଢାଇ ଦିଆଯାଇଛି ।
୨୦୧୭ ମସିହା ଡିସେମ୍ବର ମାସ ପରେ ନୂତନ ଚାରି ଚକିଆ ବାହନ ପାଇଁ ରେଜିଷ୍ଟ୍ରେସନ ସମୟରେ ହିଁ ଫାଷ୍ଟଟାଗ ବାଧ୍ୟତାମୂଳକ କରିଦିଆଯାଇଥିଲା । ଏହି ନିୟମକୁ ଲାଗୁ କରିବା ପାଇଁ ସରକାର, କେନ୍ଦ୍ରୀୟ ମୋଟର ବାହନ ଅଧିନିୟମ-୧୯୮୯ ରେ ସଂଶୋଧନ କରିଥିଲେ । ଏପର୍ଯ୍ୟନ୍ତ ୨.୨୦ କୋଟି ରୁ ଅଧିକ ଫାସଟାଗ୍ ଆବଣ୍ଟିତ କରାଯାଇଛି । ଏକ୍ସପର୍ଟସଙ୍କ କହିବାନୁଯାୟୀ, କୋଭିଡ୧୯ ପାଇଁ କଣ୍ଟାକ୍ଟଲେସ ଟ୍ରାଞ୍ଜାକ୍ସନକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ।
ନେସନାଲ ପେମେଣ୍ଟଓ କର୍ପୋରେସନ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି କି, ନେଶନାଲ ଇଲେକ୍ଟ୍ରନିକ ଟୋଲ କଲେକ୍ସନ (ଏନଇଟିସି) ପ୍ରୋଗ୍ରାମ ଅନୁଯାୟୀ ପ୍ରଥମ ଥର ପାଇଁ ଗୋଟେ ଦିନରେ ଫାସଟାଗ୍ ରୁ ୮୦ କୋଟିରୁ ଅଧିକ ଟୋଲ କଲେକ୍ସନ ହୋଇଥିଲା । ଚଳିତବର୍ଷ ଡିସେମ୍ବର ୨୪ ରେ ଗୋଟେଦିନରେ ୫୦ ଲକ୍ଷରୁ ଅଧିକ ଫାସଟାଗ୍ ଟ୍ରାଞ୍ଜାକ୍ସନ ହୋଇଛି ।