ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନ୍ କୁ କଡା ଟକ୍କର ଦେବା ଲାଗି ଅଣ୍ଟା ଭିଡିଛି ଭାରତ । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ଉତ୍ପାଦର ତାଲିକା ପ୍ରସ୍ତୁତି କରାଯାଉଛି । ଯାହାଦ୍ୱାରା ଚୀନ୍ କୁ କଡା ଟକ୍କର ଦିଆଯାଇ ପାରିବ । ଏଭଳି ଉତ୍ପାଦର ଉତ୍ପାଦନ ବଢାଇବାରେ ସରକାର ବ୍ୟବସାୟୀଙ୍କୁ ସାହାଯ୍ୟ କରିବେ । ଶୁକ୍ରବାର ଚ୍ୟାମ୍ବର ଅଫ୍ ଟ୍ରେଡ ଇଣ୍ଡଷ୍ଟ୍ରୀ (ସିଟିଆଇ)ଏବଂ ଡିପାର୍ଟମେଣ୍ଟ ଫର୍ ପ୍ରମୋଶନ ଅଫ୍ ଇଣ୍ଡଷ୍ଟ୍ରୀ ଆଣ୍ଡ ଇଂଟରନାଲ ଟ୍ରେଡ(ଡିପିଆଇଆଈଟି) ମଧ୍ୟରେ ହୋଇଥିବା ଭିଡିଓ କନଫରେନସିଙ୍ଗ ଜରିଆରେ ଡିପିଆଇଆଇଟିର ସଂଯୁକ୍ତ ସଚିବ ରବିନ୍ଦ୍ର ସିଂହ ଦିଲ୍ଲୀ ବ୍ୟବସାୟୀଙ୍କୁ ଭରସା ଦେଇଛନ୍ତି । ଏଥିରେ ପାଖାପାଖି ୧୦୦ ବ୍ୟବସାୟୀ ଏବଂ ଶିଳ୍ପ ସଂଗଠନ ଗୁଡିକ ସାମିଲ ହୋଇଥିଲେ ।
ବୈଠକ ପରେ ସିଟିଆଇର ଚେୟାରମ୍ୟାନ ବୃଜେଶ ଗୋୟଲ କହିଛନ୍ତି କି, ବଜାରରେ ଚୀନ୍ ଉତ୍ପାଦର ଚାହିଦାକୁ ନେଇ ବ୍ୟବସାୟୀ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହାକୁ ନେଇ ରବିନ୍ଦ୍ର ସିଂ କହିଛନ୍ତି କି ଉତ୍ପାଦର ଦର ଏବଂ କ୍ୱାଲିଟି ପ୍ରମୁଖ ପ୍ରସଙ୍ଗ, ଯାହାଦ୍ୱାରା ଅ।।ମକୁ ଚୀନ୍ ଉତ୍ପାଦ ଉପରେ ପ୍ରତିସ୍ପର୍ଦ୍ଧା କରିବାର ଅଛି । ସରକାରଙ୍କ ପକ୍ଷରୁ ୨୦ ପ୍ରତିଶତ ମାଲ ଘରୋଇ ଲଘୁ ଏବଂ ସୁକ୍ଷ୍ମ ଉଦ୍ୟୋଗ ରୁ କିଣିବାର ନିଷ୍ପତି ନିଆଯାଇଛି । ନୂତନ ଇଣ୍ଡଷ୍ଟ୍ରୀ କ୍ଲଷ୍ଟର ତିଆରି କରିବା ପାଇଁ ଇଂଫ୍ରାଷ୍ଟ୍ରକଚର ନିର୍ମାଣ କରାଯିବ, ଯାହାଦ୍ୱାରା ସହଜରେ ପାଣି ଓ ବିଦ୍ୟୁତ୍ ର ସଂଯୋଗ ହୋଇ ପାରିବ ।
ଗୋୟଲଙ୍କ ବୁତାବକ, ସରକାରଙ୍କ କହିବାନୁଯାୟୀ ଅଚାନକ ଚୀନ୍ ସାମଗ୍ରୀ ର ଆମଦାନୀ ବନ୍ଦ କରିବା ଅବ୍ୟବହାରିକ ଅଟେ । ସେଥିପାଇଁ ସରକାର ଦୀର୍ଘକାଳୀନ ଯୋଜନା ଉପରେ କାମ କରୁଛନ୍ତି । ଡିପିଆଇଆଇଟି ଭରସା ଦେଇଛି କି ଚୀନ୍ ଉତ୍ପାଦକୁ ଟକ୍କର ଦେବା ପାଇଁ
ସରକାର ଭାରତୀୟ ଉତ୍ପାଦନ ତାଲିକା ପ୍ରସ୍ତୁତ କରୁଛନ୍ତି ।