ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ):ଏଣିକି ରେଳ ଷ୍ଟେସନ ଓ ଏୟାର ପୋର୍ଟ ରେ ୱାଇଫାଇ ଚଲାଇବାକୁ ବାରମ୍ବାର କରିବାକୁ ପଡିବ ନାହିଁ ଲଗଇନ । ସରକାରୀ ୱାଇଫାଇ ନେଟୱର୍କ ବହୁତ ଲୋକ ଛଲାଇଥାନ୍ତି । ହେଲେ ଗୋଟିଏ ଷ୍ଟେସନରୁ ଆଉ ଗୋଟିଏ ଷ୍ଟେସନ ଗଲାପରେ ପୁଣି ଲଗଇନ କରିବାକୁ ପଡିଥାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି । ଏଥି ପାଇଁ “ ଆପୋରବିଲିଟି” ଯୋଜନା ଆଣିବାକୁ ଯାଉଛନ୍ତି ।
ଏହି ଯୋଜନା ଆସିଲେ ଲୋକଙ୍କୁ ଆଉ ବାରମ୍ବାର ଲଗଇନ କରିବାକୁ ପଡିବ ନାହିଁ । କି ବାରମ୍ଭାର ୱାନ ଟାଇମ ପାସୱାର୍ଡ ଭରିବାକୁ ପଡିବ ନାହିଁ । ଏହି ଯୋଜନା ଆସିଲେ ବିଏସଏନଏଲ , ଏୟାଟେଲ , ଜିୟୋ ପରି ଅଲଗା ଅଲଗା ନେଟୱର୍କକୁ ସର୍ଚ୍ଚ କରିବ ସରକାରୀ ୱାଇଫାଇ ନେଟୱାର୍କ ଏବଂ ଏହା ଆପେ ଆପେ ଫୋନ ଡିଭାଇସ ସହିତ କନେକ୍ଟ ହୋଇ ଯିବ ।
ଏନେଇ ଆଜି ଡିଜିିଟାଲ କମୁନିକେଶନ ଆୟୋଗ ଏବଂ ମନ୍ତ୍ରଣାଳୟ ମଧ୍ୟରେ ହେବାକୁ ଥିବା ବୈଠକରେ ଏହି ପ୍ରସ୍ତାବ ରଖାଯିବ । ତେବେ ଏହି ଯୋଜନାକୁ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ସରକାରୀ ସ୍ତରରେ ଡିଜିଟାଲର ଅଭିବୃଦ୍ଧି କରିବାକୁ ଯୋଜନା ରହିଛି ।