ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି କେନ୍ଦ୍ର ସରକାର ନ୍ୟାଶନାଲ ଡେମୋକ୍ରେଟିକ ଫ୍ରଣ୍ଟ ଅଫ ବୋଡୋଲାଣ୍ଡ ସହ ରାଜିନାମା ଉପରେ ହସ୍ତାକ୍ଷର କରିଛନ୍ତି । ଏହି ରାଜିନାମା ପରେ ଏହି ସଂଗଠନ ଅଲଗା ବୋଡୋଲ୍ୟାଣ୍ଡ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ପ୍ରଦେଶ ଦାବି କରିବ ନାହିଁ । ଏହି ଉଗ୍ରବାଦୀ ସଂଗଠନ ଆସାମରେ ବ୍ୟାନ ହୋଇଥିଲା । ପ୍ରାୟ ୫୦ ବର୍ଷ ଧରି ଜାରି ରହିଥିଲା ବୋଡୋଲ୍ୟାଣ୍ଡ ବିବାଦ । ତେବେ ଏହି ରାଜିନାମା ହସ୍ତାକ୍ଷର ହେବା ପରେ ଏହି ବିବାଦ ଶେଷ ହୋଇଛି । ଏହି ବିବାଦ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୨୮୨୩ ଜର ଲୋକ ପ୍ରାଣ ହରାଇଛନ୍ତି । ଏହି ହସ୍ତାକ୍ଷର ହେବା ପରେ ଅମିତ ଶାହ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏନଡିଏଫବିର ୧୫୫୦ ଜଣ ଲୋକ ଅସ୍ତ୍ରଶସ୍ତ୍ର ଧରି ଜାନୁୟାରୀ ୩୦ରେ ଆତ୍ମସର୍ମପଣ କରିବେ । ଏହା ସହ ଆଗାମୀ ଦିନରେ ଏହି ଉଗ୍ରବାଦୀ ମାନଙ୍କର ଦାବି ପୂରଣ କରାଯିବ ବୋଲି ଅମିତ ଶାହା କହିଛନ୍ତି ।
Delhi: Government of India signs tripartite agreement with representatives of all factions of banned organisation National Democratic Front of Bodoland (NDFB) at Ministry of Home Affairs (MHA); Home Minister Amit Shah and Assam CM Sarbananda Sonowal present pic.twitter.com/Knyebw7WSo
— ANI (@ANI) January 27, 2020
ହସ୍ତାକ୍ଷର କରାଯାଇଥିବା ତ୍ରିପାକ୍ଷୀକ ରାଜିନାମାରେ ଗୃହମନ୍ତ୍ରୀ ଅମିତ ଶାହା, ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ଉପସ୍ଥିତିରେ ଗୃହ ମନ୍ତ୍ରାଳୟର ସଂଯୁକ୍ତ ସତ୍ୟେନ୍ଦ୍ର ଗର୍ଗ, ଆସାମର ମୁଖ୍ୟ ସଚିବ କୁମାର ସଞ୍ଜୟ କୃଷ୍ଣା ଓ ଏନଡିଏଫବିର ଚାରି ଗୋଷ୍ଠିର ନେତା ମାନେ ଏଥିରେ ହସ୍ତାକ୍ଷର କରିଛନ୍ତି । ସୂଚନା ଅନୁସାରେ ରାଜିନାମା ଅନୁସାରେ ଏନଡିଏଫବିର ଅଲଗା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପରି ପ୍ରମୁଖ ଦାବିରେ ବିଚାର କରାଯିବ ନାହିଁ । ଆସାମର ରହୁଥିବା ବୋଡୋ ଆଦିବାସୀଙ୍କୁ କିଛି ରାଜନୈତିକ ଅଧିକାର ଏବଂ ଗୋଷ୍ଠୀ ପାଇଁ ଆର୍ଥିକ ପ୍ୟାକେଜ ଯୋଗାଯିବ । ରାଜିନାମା ଦ୍ୱାରା ବୋଡୋ ଉଗ୍ରବାଦ ଶେଷ କରାଯାଇ ପାରିବ ଓ ବହୁ ଅଞ୍ଚଳରେ ଦୀର୍ଘକାଳୀନ ଶାନ୍ତି ଫେରିପାରିବ । ସୂଚନା ଯୋଗ୍ୟ ଥାଉକି ଗତ ୨୭ ବର୍ଷ ମଧ୍ୟରେ ଏହା ହେଉଛି ୩ୟ ବୋଡୋ ରାଜିନାମା ।