ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଏଣିକି ଆଧାର କାର୍ଡ ନମ୍ବର ଭୁଲ ଦେଲେ ନାମ । ଦେବାକୁ ପଡିପାରେ ୧୦ ହଜାର ଟଙ୍କା ଜରିମାନା! ଖୁବ ଶୀଘ୍ର ସରକାର ଏମିତି ଏକ ନୂଆ ଆଇନ୍ ପ୍ରଣୟନ କରିବାକୁ ଯାଉଛନ୍ତି । ଯାହାକୁ ୨୦୧୯ ସେପ୍ଟେମ୍ଭରରେ ମାସରେ ଲାଗୁ କରା ଯାଇପାରେ ।
ରିଟର୍ଣ୍ଣ ଫାଇଲ୍ ବେଳେ ଆଧାର ବଦଳରେ ପ୍ୟାନ୍ ଓ ପ୍ୟାନ୍ ବଦଳରେ ଆଧାର ଚଳିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ । ଏହି ଘୋଷଣା ଅନୁସାରେ ବିପୁଳ ପରିମାଣର ଟଙ୍କା କାରବାର, କାର୍ କିଣିବା,ଘର କିଣିବା, ବିଦେଶ ଯାତ୍ରା ଏବଂ ପୁଞ୍ଜି ନିବେଶ ସମୟରେ ଜଣେ ବ୍ୟକ୍ତି ଆଧାର ନମ୍ବର ଜରିଆରେ ନିଜର ପରିଚୟ ଦେଇପାରିବେ । ତେବେ ଏମିତି ହେଲେ କେହିକେହି ଭୁଲ ଆଧାର ନମ୍ଭର ଦେଇ ଠକିବାକୁ ଚେଷ୍ଟା କରି ପାରନ୍ତି ବୋଲି ଆଶଙ୍କା କରାଯାଉଥିଲା । ଏହି ଆଶଙ୍କାକୁ ଏଡାଇବା ପାଇଁ ଖୁବ ଶୀଘ୍ର ସରକାର ଏମିତି ଏକ ଆଇନ ଆଣିବାକୁ ଯାଉଛନ୍ତି । ଆଗକୁ ଆସିବାକୁ ଥିବା ନିୟମ ଅନୁସାରେ, ଯଦି ଜଣେ ବ୍ୟକ୍ତି ଭୁଲ ଆଧାର ନମ୍ବର ଦିଅନ୍ତି, ତା’ହେଲେ ତାଙ୍କୁ ଜୋରିମାନା ଦେବାକୁ ପଡିବ। କେବଳ ଆଧାର ନମ୍ଭର ଭୁଲ ଦେଇଥିବା ବ୍ୟକ୍ତି ନୁହଁନ୍ତି ଉକ୍ତ ବ୍ୟକ୍ତିଙ୍କ ଆଧାର ନମ୍ବର ବୈଧ ଦର୍ଶାଇଥିବା ଅଧିକାରୀ ମଧ୍ୟ ପଡିବେ ଅକଳରେ । ତେବେ ଜୋରିମାନା ନିର୍ଦ୍ଦେଶ ଦେବା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯିବ।
ଚଳିତ ବଜେଟ୍ ଉପସ୍ଥାପନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲେ କି ୧.୨ ବିଲିୟନ ଭାରତୀୟଙ୍କ ପାଖରେ ଆଧାର କାର୍ଡ ରହିଛି। ମାତ୍ର କେବଳ ୨୨୦ ମିଲିୟନ ଲୋକଙ୍କ ପାଖରେ ପ୍ୟାନ୍ କାର୍ଡ ଉପଲବ୍ଧ। ତେଣୁ ଆୟକର ଦାଖଲ ବେଳେ ଆଧାର ବଦଳରେ ପ୍ୟାନ୍ ଓ ପ୍ୟାନ୍ ବଦଳରେ ଜଣେ ବ୍ୟକ୍ତି ଆଧାର କାର୍ଡ ଦେଖାଇ ପାରିବେ ବୋଲି ସେ କହିଥିଲେ ।