ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମହଙ୍ଗା ହୋଇପାରେ ଖାଦ୍ୟ ପଦାର୍ଥ ଓ ପିନ୍ଧା କପଡା ଭଳି ଜରୁରୀ ଜିନିଷ । ଖୁବ ଶୀଘ୍ର ଏହି ସବୁ ଜିନିଷ ଉପରେ ନିଆଯାଉଥିବା ଜିଏସଟି ବୃଦ୍ଧି ହୋଇପାରେ । ଏବେ ନିଆ ଯାଉଥିବା ୫ ପ୍ରତିଶତ ଜିଏସଟିକୁ ୬ ପ୍ରତିଶତ କରିବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଥିବା ସୂତ୍ରରୁ ଖବର ପ୍ରକାଣ ପାଇଛି । ରାଜସ୍ୱ ବଢାଇବା ପାଇଁ ଏହି ପ୍ରତିଦିନ ବ୍ୟବହାରଯୋଗ୍ୟ ପାଦାର୍ଥ ବା ଦ୍ରବ୍ୟ ଉପରେ ଜିଏସଟି ବୃଦ୍ଧି କରାଯିବ । ଏମିତି ହେଲେ ସରକାରଙ୍କୁ ପ୍ରାୟ ୧ ହଜାରରୁ ଅଧିକ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ମିଳିପାରେ ।
ସୂଚନାଯୋଗ୍ୟ ଜିଏସଟି ଚାରି ଭାଗରେ ବିଭକ୍ତ ହୋଇ ନିଆଯାଇଥାଏ ଯଥା ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଓ ୨୮ ପ୍ରତିଶତ । ଖାଦ୍ୟପ୍ରେୟ ଓ କପଡା ଉପରେ ଆଗରୁ ୫ ପ୍ରତିଶତ ଜିଏସଟି ଧାର୍ଯ୍ୟ ହୋଇଥିଲା । ଯାହାକୁ ଏବେ ୬ ପ୍ରତିଶତକୁ ବୃଦ୍ଧି କରାଯାଇପାେରେ । ଏନେଇ ଆସନ୍ତା ୧୫ ତାରିଖ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିପାରେ । ଯେଉଁଥିରେ ଏହି ଜିଏଟି ବୃଦ୍ଧି କରିବା ପାଇଁ ନିଷ୍ପତି ହୋଇପାରେ ।